ଦ୍ଵିତୀୟ ବା ବୁଷ୍ଟର ଯେଉଁମାନେ ନେଇନାହାନ୍ତି ନିଅନ୍ତୁ :ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର

0

ଭୁବନେଶ୍ୱର:ପୁଣି ଆରମ୍ଭ ହେବ ଟୀକାକରଣ। ଆସନ୍ତା ୧୯ ତାରିଖ ରୁ ପୁଣି ରାଜ୍ୟରେ ଟୀକା ଦିଆଯିବ। ମିଳିବ କୋଭିସିଲ୍ଡ ଟୀକା। କୋଭିଶିଲ୍ଡ ଟୀକା ୧ଲକ୍ଷ ଆଜି ଆସିବ। ଆସିବା ପରେ ସବୁ ଜିଲ୍ଲାକୁ ଭାଗ କରି ଦିଆଯିବ। ଦ୍ଵିତୀୟ ବା ବୁଷ୍ଟର ଯେଉଁମାନେ ନେଇନାହାନ୍ତି ସମସ୍ତେ ନେବାକୁ ସ୍ୱାସ୍ଥ୍ୟ ବିଭାଗ କହିଛି। ସାମ୍ଭାବ୍ୟ ସଂକ୍ରମଣ ବଢିବା ଆଶା କରାଯାଉଥିବାବେଳେ ଏବେ ଯେଉଁ ମାନେ ଦ୍ଵିତୀୟ ଓ ବୁଷ୍ଟର୍ ନେଇ ନାହାନ୍ତି ସେମାନେ ନିଅନ୍ତୁ। ବର୍ତ୍ତମାନ ସୁଦ୍ଧା ମାତ୍ର ୪୦ପ୍ରତିଶତ ଲୋକ ବୁଷ୍ଟର ଡୋଜ ନେଇଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।