Reporters Today
  • Home
  • ଅପରାଧ
  • ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟାଧମକ: ନାଗପୁରରୁ ହେଉଛି ଷଡଯନ୍ତ୍ର
ଅପରାଧ

ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟାଧମକ: ନାଗପୁରରୁ ହେଉଛି ଷଡଯନ୍ତ୍ର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜୀବନ ପ୍ରତି ବିପଦ । ମୁଖ୍ୟମନ୍ତ୍ରୀଙ୍କ ମିଳୁଛି ହତ୍ୟା ଧମକ । ନବୀନ ନିବାସକୁ ଆସିଛି ଧମକପୂର୍ଣ୍ଣ ଚିଠି । ଏହି ଚିଠିରେ ମୁଖ୍ୟମନ୍ତ୍ରୀ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଏମାନେ କୌଣସି ଛୋଟମୋଟ ଗୁଣ୍ଡା ନୁହନ୍ତି ହାଇପ୍ରୋଫାଇଲ କ୍ରିମିନାଲ, ସୁପାରି କିଲର । ଚିଠିକୁ ନେଇ ଡିଜି, ଆଇଜି, ଗୁଇନ୍ଦା ନିର୍ଦ୍ଦେଶକ ଏବଂ କମିଶନେରେଟ ପୁଲିସକୁ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଅବଗତ କରାଯାଇ ଅଭିଯୁକ୍ତଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ହୋଇଛି ।

ଏହି ହତ୍ୟା ଧମକପୂର୍ଣ୍ଣ ଚିଠି ପାଇବା ପରେ ରାଜ୍ୟ ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇଛି । ଅଧିକାରୀଙ୍କୁ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପୁଲିସ ପ୍ରଶାସନକୁ ଗୃହ ବିଭାଗ ପକ୍ଷରୁ ଆଲର୍ଟ ରହିବାକୁ କୁହାଯାଇଛି । ଏଥିସହ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଚିଠିଟି ଆସିବା ପରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ଜଣାପଡ଼ିଛି।

ତେବେ ଚିଠିଟି ବେନାମୀ ଓ ଚିଠିରେ ଉଲ୍ଲେଖ ଅଛି ଯେ, ମୁଖ୍ୟମନ୍ତ୍ରୀ-କିଛି ସୁପାରି କିଲର ଯେକୌଣସି ସମୟରେ ଆପଣଙ୍କ ଉପରେ ଆକ୍ରମଣ କରିପାରନ୍ତି। ଯେଉଁ ଅପରାଧୀମାନେ ଏମିତି କାଣ୍ଡ ଭିଆଇବା ପାଇଁ ଯୋଜନା କରୁଛନ୍ତି ସେମାନେ ଓଡ଼ିଶା, ଛତିଶଗଡ଼, ପଞ୍ଜାବ ଆଦି ରାଜ୍ୟର କାର କରୁଛନ୍ତି। ଏଥିସହ କିଛି ଗାଡିର ନମ୍ବର ମଧ୍ୟ ଦିଆଯାଇଛି । ଚିଠିରେ ଏହି ହତ୍ୟା ପଛର ମୁଖ୍ୟଷଡଯନ୍ତ୍ରକାରୀ ନାଗପୁରରେ ରହୁଥିବା ଉଲ୍ଲେଖ ରହିଛି। ବିଶେଷ କରି ମୁଖ୍ୟମନ୍ତ୍ରୀଙ୍କୁ ସତର୍କ ରହିବା ପାଇଁ କୁହାଯାଇଛି।

 

Related posts

ଏକ ସପ୍ତାହ ପରେ ମୁଣ୍ଡ ଠାବ କଲା ପୁଲିସ

Report

ଜେଲ ଗଲେ ରଶିକିଆ ଶଶୁର

Report

ଡାକ୍ତର କହି ବାହା ହେଲେ ଯନ୍ତ୍ରୀଙ୍କ ପୁଅ, ଡାକ୍ତରାଣୀ ଥାନା ଦ୍ୱାରସ୍ଥ

Report

Leave a Comment