ତିନିଜଣ ହତ୍ୟାକାରୀ ଗିରଫ

0

(ମନୋଜ କୁମାର ସାହୁ): ରାୟଗଡା ପୋଲିସ ତିନି ଜଣ ହତ୍ୟାକାରୀଙ୍କୁ ଗରିଫ କରିଛି । ଗୁଣି ଗାରେଡି ସନ୍ଦେହରେ ଡୁମାପାଇ ଗ୍ରାମର ମୁକୁନା ମାଣ୍ଡାଙ୍ଗି ନାମକ ଜଣେ ବ୍ୟକ୍ତିଙ୍କୁ ଗତ ସେପ୍ଟେମ୍ବର ୩୦ତାରିଖରେ ହତ୍ୟା କରି ରାସ୍ତା ଉପରେ ଫୋପାଡି ଦେଇ ଚାଲିଯାଇଥିଲେ । ଖବର ପାଇ ରାୟଗଡା ପୋଲିସ ଘଟଣାସ୍ଥଳରେ ପଂହଚି ଶବ ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଥିଲେ । ତିନି ଅଭିଯୁକ୍ତଙ୍କୁ ଗିରଫ କରି ଆଜି ପୋଲିସ କୋର୍ଟଚାଲାଣ କରିଥିବା ରାୟଗଡା ଏସଡିପିଓ ରାଜକିଶୋର ଦାସ ସୂଚନା ଦେଇଛନ୍ତି ।