ଗୋଟିଏ ପରିବାରରେ ତିନି IAS ଜଣେ IPS

0

ଲାଲଗଞ୍ଜ: ସବୁ ମୁସକିଲ ପରୀକ୍ଷା ଭିତରେ ଗୋଟିଏ ହେଉଛି ୟୁପିଏସସି ପରୀକ୍ଷା । ଯାହାକୁ ପାଇବାକୁ ହେଲେ ଦିନରାତି ଏକ କରିବାକୁ ପଡିଥାଏ । ଘଣ୍ଟା ଘଣ୍ଟା ଧରି ପାଠ ପଢିବାକୁ ପଡିଥାଏ । ସାଙ୍ଗ ସାଥି, ପୂଜା ପର୍ବ ସବୁନ କିଛି ଭୁଲି କେବଳ ୟୁପିଏସସି ପାଇଁ ନିଜକୁ ପ୍ରସ୍ତୁତ କରିଥାନ୍ତି ପିଲା । କିନ୍ତୁ ବର୍ତ୍ତମାନ ଆମେ ଆପଣଙ୍କୁ ଏପରି ଏକ ପରିବାର କଥା କହିବୁ ଯେଉଁଠି ୪ ଜଣ ଭାଇ ଭଉଣୀ ୟୁପିଏସସି କ୍ଲିୟର କରି ଆଜି ଆଇଏସ , ଆଇପିଏସ୍ ପଦ ପାଇପାରିଛନ୍ତି । ହଁ ଦର୍ଶକ ବନ୍ଧୁ ଯେଉଁଠି ପରିବାରରେ ଗୋଟିଏ ଆଇଏସ କି ଆଇପିଏସ ମିଳିବା ସ୍ୱପ୍ନ ଥିବା ବେଳେ ଏଠି ୪ ଭାଇଭଉଣୀ ପାଇପାରିଛନ୍ତି ଏହି ଅଧିକାର ।

ତେବେ ଉତ୍ତରପ୍ରଦେଶର ଲାଲଗଞ୍ଜର ଏହି ୪ ଭାଇ ଭଉଣୀ ହେଉଛନ୍ତି ଯୋଗେଶ,ଲୋକେଶ ଓ କ୍ଷମା, ମାଧୁରୀ । ବାପା ଅନୀଲ ପ୍ରକାଶ ମିଶ୍ର ଗ୍ରାମୀଣ ବ୍ୟାଙ୍କର ମ୍ୟାନେଜର । ଛୋଟବେଳୁ ସେ ପିଲାଙ୍କ ପାଠପଢ଼ା ଉପରେ ଖୁବ୍‌ ଧ୍ୟାନ ଦେଉଥିଲେ । ପିଲାଙ୍କ ସହ ବାପାମା’ ମଧ୍ୟ ଦିନରାତି ପରିଶ୍ରମ କରୁଥିଲେ । ଏଣୁ ଆଜି ତିନି ଜଣ ଆଇଏସ ଭାବରେ କାମ କରୁଥିବା ବେଳେ ଜଣେ ଆଇପିଏସ ପଦରେ କାର୍ୟ୍ୟ କରୁଛନ୍ତି ।

ଏ ସମସ୍ତଙ୍କ ଭିତରୁ ସବୁଠୁ ବଡ ହେଉଛନ୍ତି ଯୋଗେଶ ।ସେ ଜଣେ ଆଇଏସ ଅଧିକାରୀ । ସେ ଲାଲଗଞ୍ଜରେ ପ୍ରାଥମିକ ଶିକ୍ଷା ସମାପ୍ତ କରିବା ପରେ ମୋତିଲାଲ୍ ନେହେରୁ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରେ ଇଞ୍ଜିନିୟରିଂ କରିଥିଲେ । ପାଠପଢ଼ା ପରେ ସେ ନୋଏଡାରେ ଚାକିରି କରିଥିଲେ । ତେବେ ଚାକିରି ସହିତ ସେ ସିଭିଲ୍ ସର୍ଭିସ ପାଇଁ ପ୍ରସ୍ତୁତି ଜାରି ରଖିଥିଲେ । ୨୦୧୩ ରେ ସେ ୟୁପିଏସସି ପରୀକ୍ଷା କ୍ଲିୟର୍‌ କରି ଆଇଏସ ଅଧିକାରୀ ହୋଇଥିଲେ ।

ଯୋଗେଶଙ୍କ ପରେ ଭଉଣୀ କ୍ଷମା ମିଶ୍ର । ସେ ଜଣେ ଆଇପିଏସ ଅଧିକାରୀ । ସେ ପାଠପଢ଼ା ପରେ ସିଭିଲ ସର୍ଭିସେସ୍ ପାଇଁ ପ୍ରସ୍ତୁତ ହେଉଥିଲେ । ତେବେ ସେ ୩ ଥର ଚେଷ୍ଟା କରି ଅସଫଳ ହୋଇଥିଲେ । ଚତୁର୍ଥ ପ୍ରୟାସରେ ସେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ଆଉ ଜଣେ ଆଇପିଏସ ଅଧିକାରୀ ହୋଇ ପାରିଛନ୍ତି ।

ସେହିପରି ତୃତୀୟ ଭଉଣୀ ମାଧୁରୀ ବି ଜଣେ ଆଇଏସ ଅଧିକାରୀ । ୨୦୧୪ରେ ସଫଳତାର ସହ ୟୁପିଏସସି ପରୀକ୍ଷା କ୍ଲିୟର କରି ବର୍ତ୍ତମାନ ସେ ଝାଡଖଣ୍ଡ କ୍ୟାଡରର ଆଇଏସ ଅଧିକାରୀ ।

ଶେଷରେ ରହିଲେ ଲୋକେଶ ମିଶ୍ର, ଏହି ୪ ଭାଇଭଉଣୀଙ୍କ ଠାରୁ ସବୁଟୁ ସାନ । ସେ ମଧ୍ୟ ନିଜ ବଡ ଭାଇ ଭଉଣୀଙ୍କ ପରି ୨୦୧୫ରେ ୟୁପିଏସସି କ୍ଲିୟର କରିଥିଲେ । ବର୍ତ୍ତମାନ ସେ ମଧ୍ୟ ଜଣେ ଆଇଏସ ଅଧିକାରୀ । ଏହି ଚାରି ଭାଇ-ଭଉଣୀଙ୍କ ଏହି ସଫଳତାରେ ବହୁତ ଖୁସି ବାପା ମାଆ ।