ବସ ଓଲଟି ପ୍ରାଣ ହରାଇଲେ ୩ ପ୍ରବାସୀ

0

ଗ୍ୱାଲିଅର: ଦେଶକୁ ଲକଡାଉନ ପୁଣି ଫେରିଛି । ବିଭିନ୍ନ ରାଜ୍ୟରୁ ପୁଣିଥରେ ଘରମୁହାଁ ହେଉଛନ୍ତି ପ୍ରବାସୀ ଶ୍ରମିକ । ହଜାର ହଜାର ସଂଖ୍ୟାରେ ପୁଣି ବସ, ଟ୍ରକରେ ଫେରୁଛନ୍ତି ରାଜ୍ୟ ବାହାରେ କାମ କରୁଥିବା ଶ୍ରମିକ । କୋରୋନାକୁ ଭୟ କରି ଘରକୁ ଫେରୁଥିବା ବେଳେ ଘଟିଯାଇଛି ଏକ ଅଘଟଣ । ପ୍ରବାସୀ ଶ୍ରମିକଙ୍କୁ ନେଇ ଆସୁଥିବା ଏକ ବସ ମଧ୍ୟପ୍ରଦେଶର ଜୋରାସିରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦିଲ୍ଲୀରୁ ମଧ୍ରପ୍ରଦେଶ ଟିକମଗଡକୁ ଆସୁଥିବା ଏହି ଭାରସାମ୍ୟ ହୋଇ ଓଲଟି ପଡିଥିଲା । ଫଳରେ ୩ ଜର ପ୍ରବାସୀ ଶ୍ରମିକ ପ୍ରାଣ ହରାଇଛନ୍ତି । ଅନେକ ଯାତ୍ରୀ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ଦୁର୍ଘଟଣାର କାରଣ ଅତ୍ୟଧିକ ଲୋଡ ହୋଇଥିବା ସନ୍ଦେହ କରାଯାଉଛି । ବସ ଭିତରେ ଏବଂ ବାହାରେ ଆବଶ୍ୟକଠାରୁ ଅଧିକ ଯାତ୍ରୀ ନେଇ ଯାଉଥିବା ବେଳେ ଏଭଳି ଘଟଣା ଘଟିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ସହ ତଦନ୍ତ ଆରମ୍ଭ କରିଛି ।