ହିନ୍ଦୁ ଧର୍ମଶାସ୍ତ୍ରରେ ଦାନ କରିବାକୁ ଶୁଭ ବୋଲି କୁହାଯାଇଥାଏ । ଦାନ କଲେ ପୁଣ୍ୟ ପ୍ରାପ୍ତି ହୋଇଥାଏ ବୋଲି ମତ ରହିଛି । ତେବେ ଦାନର ଶୁଭଫଳ ବିଷୟରେ ଆପଣଙ୍କୁ କିଛି ନା କିଛି ଜଣାଥିବ । କିନ୍ତୁ ଆପଣ ହୁଏତ ଏହାର କ୍ଷତି ବିଷୟରେ ଅବଗତ ନଥିବେ । ଅନେକ ସମୟରେ ଆପଣ ଏପରି କିଛି ଜିନିଷ ଦାନ କରିବସନ୍ତି,ଯାହା ପାଇଁ ପରବର୍ତ୍ତୀ ସମୟରେ ଆପଣଙ୍କୁ କ୍ଷତି ସହିବାକୁ ପଡିଥାଏ । ଏଥିପାଇଁ ଶାସ୍ତ୍ରରେ ଦାନର ତିନୋଟି ବିଧି କଥା କୁହାଯାଇଛି । ତେବେ ଆସନ୍ତୁ ଜାଣିବା ଦାନ ବିଷୟରେ ଶାସ୍ତ୍ରରେ କ’ଣ ମତ ରହିଛି ।
ଶାସ୍ତ୍ରରେ ଦାନର ତିନୋଟି ସ୍ଥିତି ବିଷୟରେ ବର୍ଣ୍ଣନା କରାଯାଇଛି । ସର୍ବପ୍ରଥମେ କୁଣ୍ଡଳୀରୁ ଗ୍ରହଦୋଷ କାଟିବା ପାଇଁ ଦାନ କରାଯାଇଥାଏ । ଏହାର ଅର୍ଥ ଆପଣଙ୍କ କୁଣ୍ଡଳୀରେ ଯେଉଁ ଗ୍ରହ ଖରାପ ସ୍ଥିତିରେ ରହିଛି,ତାହାକୁ ଶାନ୍ତ କରିବା ପାଇଁ ଦାନ କରାଯାଇଥାଏ ।
ସେହିପରି ଦ୍ୱିତୀୟ ସ୍ଥିତିରେ ବ୍ରତ ଉପବାସ ପରେ ଭୋଜନ ଓ ବସ୍ତ୍ରର ଦାନ କରାଯାଇଥାଏ । ଏହାପରେ ଦାନ କଲେ ଆପରଙ୍କ ବ୍ରତ ସଫଳ ହୋଇଥାଏ ବୋଲି ଶାସ୍ତସ୍ତ୍ରରେର ଉଲ୍ଲେଖ ରହିଛି ।
ତୃତୀୟ ବିଧିରେ କୌଣସି ଶପଥ କିମ୍ବା ପ୍ରତିଜ୍ଞା ନେବା ସମୟରେ କାର୍ଯ୍ୟ ସଫଳ ହେବା ପାଇଁ ଦାନ କରାଯାଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଭିନ୍ନ ଭିନ୍ନ ଗ୍ରହକୁ ଶାନ୍ତ କରିବା ପାଇଁ ଅଲଗା ଅଲଗା ବସ୍ତୁ ଦାନ କରନ୍ତୁ । କିନ୍ତୁ ଯଦି ଆପଣଙ୍କ କୁଣ୍ଡଳୀରେ ଗ୍ରହର ଦିଶା ଠିକ୍ ଅଛି,ତେବେ ଦାନକ କରନ୍ତୁ ନାହିଁ । ଏପରି କରିବା ଦ୍ୱାରା ଆପଣଙ୍କ ଜୀବନ ଉପରେ ଏହାର ଖରାପ ପ୍ରଭାବ ପଡିଥାଏ ।