କଳାକୌଶଳ ଦେଖାଇବେ ବାୟୁସେନାର ଫାଇଟର ଜେଟ୍‌ : ଏୟାର ଶୋ’ ପାଇଁ ଫୁଲ ଡ୍ରେସ ରିହର୍ସାଲ

0

ଭୁବନେଶ୍ୱର : ରାଜଧାନୀରେ ପ୍ରଥମ ଏୟାର ସୋ’ ପାଇଁ ପ୍ରସ୍ତୁତି ଜୋରଦାର । ଆସନ୍ତାକାଲି ଭୁବନେଶ୍ୱର ବାଲିଯାତ୍ରା ପଡ଼ିଆରେ ସୂୂର୍ଯ୍ୟ କିରଣ ସୋ’ ହେବ । ଏଣୁ ବାୟୁସେନା ପକ୍ଷରୁ ଆୟୋଜିତ ହେବାକୁ ଥିବା ସୂର୍ଯ୍ୟକିରଣ ଏୟାରସୋ’ର ଫୁଲ୍ ରିହର୍ସଲ ଆଜି ଅନୁଷ୍ଠିତ ହୋଇଛି । ଏହା ପୂର୍ବରୁ ବୁଧବାର ବାୟୁସେନାର ବରିଷ୍ଠ ଅଧିକାରୀ ଓ ଡିସିପି କୁଆଖାଇ ବାଲିଯାତ୍ରା ପଡ଼ିଆ ପରିଦର୍ଶନ କରି ସ୍ଥିତି ପରଖିଛନ୍ତି ।

୧୮ରୁ ୨୦ମିନିଟର ହେବ ସୂର୍ଯ୍ୟକିରଣ ସୋ’ । ସୋ’ର ପ୍ରଥମ ପର୍ଯ୍ୟାୟରେ ୯ଟି ବିମାନ ଏକା ସାଙ୍ଗରେ ଉଡ଼ିବ । ଦ୍ୱିତୀୟ ପର୍ଯ୍ୟାୟରେ ୨ଟି ଲେଖାଏଁ ବିମାନ ଘଣ୍ଟାପ୍ରତି ୧୬୦୦ କିଲୋମିଟର ବେଗରେ ୨୦୦ରୁ ୩୦୦ ଫୁଟ୍ ଉଚ୍ଚରେ କୌଶଳ ଦେଖାଇବେ । ମାଟି ଠାରୁ ୫୦୦ରୁ ହଜାରେ ଫୁଟ ଉଚ୍ଚରେ ହକ ଫାଇଟ୍‌ ଜେଟ୍‌ରେ ସୋ’ ଦେଖାଇବ ବାୟୁସେନା । ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବାରୁ ସୁରକ୍ଷା ସହ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଉଛି | ବଡ଼ କଥା ହେଉଛି ଏହି ପ୍ରଦର୍ଶନରେ ସାମିଲ୍ ହେବେ ମହିଳା । ଏହି ସୋ’ ଦେଖିବା ପାଇଁ ପ୍ରବଳ ଜନ ସମାଗମ ହେବ । ଏହା ପରେ ୧୮ ତାରିଖରେ ପୁରୀରେ ହେବ ବାୟୁସେନାର ଏୟାର ସୋ ।