୨୦୨୨ରେ ଏକା ସଙ୍ଗେ ହେବ ବାଘ ଓ ହାତୀ ଗଣନା

୨୦୨୨ ରେ ଏକା ସଙ୍ଗେ ହେବ ବାଘ ଓ ହାତୀ ଗଣନା। ଏନେଇ କେନ୍ଦ୍ର ସରକାର ଏହି ନୂଆ ପ୍ରସ୍ତାବ ଦେଇଛନ୍ତି।

0

(ଦିଲ୍ଲୀ) : ୨୦୨୨ ରେ ଏକା ସଙ୍ଗେ ହେବ ବାଘ ଓ ହାତୀ ଗଣନା। ଏନେଇ କେନ୍ଦ୍ର ସରକାର ଏହି ନୂଆ ପ୍ରସ୍ତାବ ଦେଇଛନ୍ତି। ହେଲେ କେଉଁ ପଦ୍ଧତିରେ ହେବ, ତାହା ସ୍ପଷ୍ଟ ହୋଇନାହିଁ । ତେବେ ପୂର୍ବରୁ ବାଘ ଓ ହାତୀ ଗଣନା ଅଲଗା ଅଲଗା ହେଉଥିଲା।

ସୂଚନାନୁଯାୟୀ , ଜଙ୍ଗଲ ହ୍ରାସ ପାଉଥିବାରୁ ହାତୀଙ୍କର ପ୍ରାକୃତିକ ବସସ୍ଥଳୀ ସଙ୍କୁଚିତ ହେଉଛି । ଏଥିପାଇଁ ଅନେକ ସମୟରେ ଜନବସତି ଭିତରକୁ ଫସିଆସୁଛନ୍ତି । କେତେବେଳେ ଫସଲ ନଷ୍ଟ ତ କେତେବେଳେ ଖାଦ୍ୟ ଅନ୍ୱେଷଣରେ ଗାଁରେ ପଶୁଛନ୍ତି । ଏଥିପାଇଁ ହାତୀ ମଣିଷ ମୁହାଁ ମହିଁ ପରିସ୍ଥିତି ସୃଷ୍ଟି ହେଉଛି । ୨୦୧୭ ଗଣନା ଅନୁସାରେ, ରାଜ୍ୟରେ ୧୯୭୬ ହାତୀ ଥିଲେ। ତୃତୀୟରେ ବର୍ଷକୁ ୧୫ ରୁ ୨୦ ହାତୀ ଅସ୍ଵାଭାବିକ କାରଣରୁ ମରନ୍ତି। ଟ୍ରେନ ଧକ୍କା, ବିଦ୍ୟୁତ ଆଘାତ, ଶିକାର ବି ହାତୀ ମୃତ୍ୟୁର କାରଣ ।