ନନ୍ଦନକାନନରେ ବାଘଛୁଆ ‘ବିବେକ’ର ମୃତ୍ୟୁ

୧୪ ମାସର ବାଘଛୁଆ ‘ବିବେକ’ର ମୃତ୍ୟୁ ହୋଇଛି ।

0

(ଭୁବନେଶ୍ୱର) : ୧୪ ମାସର ବାଘଛୁଆ ‘ବିବେକ’ର ମୃତ୍ୟୁ ହୋଇଛି । ନନ୍ଦନକାନନ ୩୧(ଖ) ଖୁଆଡ଼ରେ ମା ‘ମେଘା’ ସହିତ ରହୁଥିବା ୧୪ ମାସର ବାଘଛୁଆ ‘ବିବେକ’ର ମଙ୍ଗଳବାର ଅପରାହ୍ଣରେ ମୃତ୍ୟୁ ହୋଇଛି ।

ଗତ ୫ ଦିନ ହେବ ସେ ଅସୁସ୍ଥ ଥିଲା । ତେଣୁ ତାକୁ ଖୁଆଡ଼ ପଛପଟ ଫିଡିଂ ଚ୍ୟାମ୍ବରରେ ରଖାଯାଇଥିଲା । ସକାଳୁ ତାକୁ ଟ୍ରାଙ୍କୁଲାଇଜ କରି ପଶୁ ଚିକିତ୍ସାଳୟକୁ ଅଣାଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ।

ବାଘ ଛୁଆ ଗୋଡ଼ର ଏକ୍ସରେ କରାଯିବା ପରେ ବାମପଛ ଗୋଡ଼ ନଳିହାଡ଼ ଭାଙ୍ଗିଥିବା ଜଣାପଡ଼ିଥିଲା । ଚେତା ଫେରିବା ପୂର୍ବରୁ ଚିକିତ୍ସା କରାଯାଇ ତା’ଉପରେ ନଜର ରଖାଯାଇଥିଲା । ମାତ୍ର ଅପରାହ୍ଣ ୪ଟାରେ ଛୁଆଟି ଅଧିକ ଅସୁସ୍ଥ ହୋଇପଡ଼ିଲା । ଏହାର କିଛି ସମୟ ପରେ ତାର ମୃତ୍ୟୁ ହୋଇଥିଲା । । ଆଉ ଦୁଇଟି ଛୁଆ ସୁସ୍ଥ ଅଛନ୍ତି । ‘ବିବେକ’ର ମୃତ୍ୟୁ ପରେ ପ୍ରାଣୀ ଉଦ୍ୟାନରେ ବାଘ ସଂଖ୍ୟା ୨୬କୁ ଖସିଆସିଛି ।