ଟିକଟକ ଭିଡିଓ ଭାରତ ଫେରିବାକୁ ଆଶା

0

ନୂଆଦିଲ୍ଲୀ: ସୋସିଆଲ ମିଡ଼ିଆ ୟୁଜର୍ସଙ୍କ ପାଇଁ ଗୋଟେ ଖୁସି ଖବର ଆସିବାକୁ ଯାଉଛି | ଯେଉଁ ମାନେ ସର୍ଟ ଭିଡିଓ ବା ରିଲ୍ସ ବନାଉଛନ୍ତି ସେମାଙ୍କ ମନପସନ୍ଦର ଆପ ଟିକଟକ ପୁଣି ଆସିବାକୁ ଯାଉଛି | ଏହି ଖବର ପରେ ଅନେକ ଟିକଟକ ପ୍ରେମୀ ଖୁସି ହୋଇଯାଇଛନ୍ତି | ଗତ ୨୦୨୦ରେ ଚାଇନିଜ ଆପ ବ୍ୟାନ କରିଥିଲେ | ସେଥିମଧ୍ୟରେ ଟିକଟକ ମଧ୍ୟ ଥିଲା |

ଅନ୍ୟଦେଶ ଅପେକ୍ଷା ଭାରତରେ ଏହି ଆପ୍ପ ଅନେକ ବ୍ୟବହୃତ ହେଉଥିଲା |ବ୍ୟାନ ହେବା ଦିନଠାରୁ ଟିକଟକ ପ୍ରେମୀ ଅନେକ ମନଦୁଃଖ କରିଥିଲେ |କେବଳ ସେତିକି ନୁହେଁ ଅନେକ ଟିକଟକ ଷ୍ଟାର ରାତାରାତି ନିଜର ରୋଜଗାର ହରାଇଥିଲେ |ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି, ଟିକଟକ ପୁଣି ଥରେ ଭାରତକୁ ଫେରିପାରେ । ଟିକଟକର ମାଲିକାନାରେ ଥିବା କମ୍ପାନୀ ବାଏଟଡ୍ୟାନ୍ସ ନିକଟରେ ମୁମ୍ବାଇର ଏକ କମ୍ପାନୀ ସହିତ କଥାବାର୍ତ୍ତା କରିଛି ।

ତେବେ ଇସ୍ପୋର୍ଟ୍ସ ଓ ଗେମିଂ ଭେଞ୍ଚର ଇଣ୍ଡିଆ ସ୍କାଏସ୍ପୋର୍ଟ୍ସର ସିଇଓ ଏନେଇ କନଫର୍ମ କରିଛନ୍ତି । ଟିକଟକ ସର୍ଟ-ଭିଡିଓ ଆପ ଭାରତକୁ ଫେରିବ ବୋଲି ସେ କହିଛନ୍ତି । ଯଦି ସବୁକିଛି ଠିକ୍ ରୁହେ ତେବେ ପୁଣି ଥରେ ଭାରତକୁ ସର୍ଟ ଭିଡିଓର ଜମାନା ଫେରିବ ବୋଲି ସ୍କାଏସ୍ପୋର୍ଟ୍ସର ସିଇଓ ଶିବା ନନ୍ଦି କହିଛନ୍ତି ।୨୦୨୦ରେ ଟିକଟକ ବ୍ୟାନ ହେବା ସମୟରେ ଭାରତରେ ଏହି ଭିଡିଓ ଆପର ସର୍ବାଧିକ ୟୁଜର୍ସ ରହିଥିଲେ |