୫୦ ବର୍ଷ ପରେ ଆଜି ସ୍ଥାନାନ୍ତର ହେବ ଅମର ଯବାନ ଜ୍ୟୋତି

0

ନୂଆଦିଲ୍ଲୀ: ୫୦ ବର୍ଷ ଧରି ଦିଲ୍ଲୀର ଇଣ୍ଡିଆ ଗେଟରେ ଦେଖିବାକୁ ମିଳୁଥିବା ଅମର ଯବାନ ଜ୍ୟୋତି ଜାତୀୟ ସମର ସ୍ମାରକୀରେ ମିଶିବ । ଅର୍ଥାତ୍ ଇଣ୍ଡିଆ ଗେଟରୁ ଉଠିଯବ ଏହି ଐତିହାସିକ ଜ୍ୟୋତି । ୧୯୭୧ ଯୁଦ୍ଧକୁ ୫୦ ବର୍ଷ ପୂର୍ତ୍ତି ଅବସରରେ ଏହି ଜ୍ୟାତିକୁ ଜାତୀୟ ସମର ସ୍ମାରକୀକୁ ନିଆଯିବାର ନିଷ୍ପତ୍ତି ହୋଇଛି । ଏନେଇ ଅପରାହ୍ନରେ ଏକ କାର୍ଯ୍ୟକ୍ରମ ଆୟୋଜନ ହେବ । ତେବେ ଏପରି ନିଷ୍ପତ୍ତି କାହିଁ ନିଆଯାଇଛି ତାର କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ କେନ୍ଦ୍ରର ଯୁକ୍ତି, ଅମର ଯବାନ ଜ୍ୟୋତି ଲିଭିବ ନାହିଁ । ତେବେ ଦେଶର ସହିଦଙ୍କ ପାଇଁ ଜାତୀୟ ସମର ସ୍ମାରକୀ ରହିଛି । ତେଣୁ ଅନ୍ୟତ୍ର ଜ୍ୟୋତି ଜଳିବାର ଆବଶ୍ୟକତା କଣ ଅଛି? ତେଣୁ ଗୋଟିଏ ସ୍ଥାନରେ ହିଁ ଜ୍ୟୋତିକୁ ସ୍ଥାପିତ କରିବାକୁ ନିଷ୍ପତ୍ତି ହୋଇଥିବା କୁହାଯାଉଛି । କେନ୍ଦ୍ରର ଜ୍ୟୋତି ସ୍ଥାନାନ୍ତର ନିଷ୍ପତ୍ତିକୁ ନେଇ ମୋଦି ସରକାରକୁ ରାହୁଲ ଟାର୍ଗେଟ କରିଛନ୍ତି ।
ରାହୁଲ ଟ୍ୱିଟ କରି ଦୁଃଖ ବ୍ୟକ୍ତ କରିବା ସହ ଉଲ୍ଲେଖ କରିଛନ୍ତି କି, ଆମ ବୀର ଯବାନଙ୍କ ପାଇଁ ଅମରଜ୍ୟୋତି ଜଳୁଥିଲା । ଏହାକୁ ଆଜି ଲିଭାଇ ଦିଆଯିବ । ସରକାରକୁ ଟାର୍ଗେଟ କରି ରାହୁଲ ଆହୁରି ଉଲ୍ଲେଖ କରିଛନ୍ତି, କିଛି ଲୋକ ଦେଶପ୍ରେମ ଓ ବଳିଦାନକୁ ବୁଝିପାରିବେ ନାହିଁ । ତେବେ ଆମେ ପୁଣି ଥରେ ଅମର ଯବାନ ଜ୍ୟୋତି ଜାଳିବୁ ବୋଲି ରାହୁଲ କହିଛନ୍ତି ।