ଆଜି ପ୍ରଚାର କରିବେ ମୋଦି ଓ ଅମିତ , ପଶ୍ଚିମବଙ୍ଗରେ ରାଜନୈତିକ ଉଷ୍ଣତା

0

(କୋଲକତା) : କରୋନା ସଙ୍କଟ ମଧ୍ୟରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଜାରି ରହିଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଦଳ ପାଇଁ ପ୍ରଚାର କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ବିପ୍ରହର ୧୨ ଟାରେ ଆସନସୋଲ୍‌ରେ ନିର୍ବାଚନୀ ପ୍ରଚାର କରିବେ । ତାଙ୍କର ଆଉ ଏକ ରାଲି ଦ୍ବିପ୍ରହର ପାଖାପାଖି ସାଢେ ୨ଟା ସମୟରେ ଗଙ୍ଗାରାମପୁରରେ ହେବ ।

ସେହିଭଳି ଗୃହମନ୍ତ୍ରୀ ଅମିତ ଶାହ ସକାଳ ୧୧.୩୦ ସମୟରେ ପୁରିବାସ୍ଥଳୀରେ ରାଲି କରିବେ । ଦ୍ବିପ୍ରହର ପାଖାପାଖି ସାଢେ ୧୨ଟାରେ ଗୃହମନ୍ତ୍ରୀ ନକାଶିପାରାରେ ରୋଡ୍ ସୋ କରିବେ । ଗୃହମନ୍ତ୍ରୀ ଏହା ପରେ ଦ୍ବିପ୍ରହର ସାଢେ ୨ଟାରେ ସ୍ବରୁପନଗରରେ ରାଲି କରିବେ । ସାଢେ ୫ଟା ସମୟରେ ସେ ହାଓ୍ବଡା ପହଞ୍ଚିବେ । ସେଠାରେ ସେ ରୋଡ ସୋ କରିବାର କାର୍ଯ୍ୟକ୍ରମ ରହିଛି । ଅମିତ ଶାହ ସନ୍ଧ୍ୟା ୭ଟା ରେ ହାଓ୍ବଡାରେ ଏକ ବୈଠକରେ ଯୋଗଦେବେ ।