ଭୁବନେଶ୍ୱର:ଆଜିର ଦିନକୁ ଅର୍ଥାତ ଜୁଲାଇ ୩୦କୁ ‘ଅନ୍ତର୍ଜାତୀୟ ବନ୍ଧୁତା ଦିବସ’ ଭାବେ ପାଳନ କରାଯାଉଛି। ଆମ ଜୀବନରେ ସମସ୍ତ ସମ୍ପର୍କ ଭିତରେ ବନ୍ଧୁତ୍ୱର ସମ୍ପର୍କ ପୁରା ଅଲଗା ହୋଇଥାଏ ।କାହିଁକି ନା ଆମେ ଆମର ଦୁଖ, ସୁଖ ,ହସ.କାନ୍ଦ ସବୁକିଛି ସେହି ବନ୍ଧୁଙ୍କ ସହ ବାଣ୍ଟିପାରିବା ଯିଏ ଆମର ପ୍ରକୃତ ବନ୍ଧୁ ହୋଇଥାଏ । ଏହା ହେଉଛି ଏମିତି ଏକ ବନ୍ଧନ, ଯାହାର ପରିଭାଷାକୁ ବର୍ଣ୍ଣନା କରିବା ସହଜ ନୁହେଁ।
ଅନ୍ୟପଟେ ପ୍ରକୃତ ବନ୍ଧୁ ହିଁ ସ୍ନେହ, ପ୍ରେମ, ଆବେଗ ଓ ବିଶ୍ବାସର ସହ ସମ୍ପର୍କକୁ ସବୁଦିନ ପାଇଁ ବାନ୍ଧି ରଖିଥାନ୍ତି। ୧୯୫୮ରେ ଏହି ଦିବସ ପାଳନର ପରମ୍ପରା ପ୍ରଥମେ ଆରମ୍ଭ କରାଯାଇଥିଲା। ମାତ୍ର ଜାତିସଂଘ ୨୦୧୧ରେ ଜୁଲାଇ ୩୦କୁ ଅନ୍ତର୍ଜାତୀୟ ବନ୍ଧୁତା ଦିବସ ପାଳନ କରିବା ନେଇ ବିଧିବଦ୍ଧ ଭାବେ ଘୋଷଣା କରିଥିଲେ। ତେବେ ଭାରତରେ ବନ୍ଧୁତା ଦିବସକୁ ଅଗଷ୍ଟ ମାସର ପ୍ରଥମ ରବିବାରଦିନ ପାଳନ କରାଯାଏ।ଭିନ୍ନ ଭିନ୍ନ ଦେସରେ ଆଜିର ଦିନକୁ ଫ୍ରେଣ୍ଡସିପ ଡେ ଭାବେ ଭାବେ କରନ୍ତି । ନିଜ ବନ୍ଧୁ ମାନଙ୍କୁ ବିଭିନ୍ନ ଗିପ୍ଟ ଦେଇ ନିଜର ବନ୍ଧୁତାକୁ ଆହୁରି ମଜବୁତ କରନ୍ତି । ସେହିପରି ପ୍ରକୃତ ବନ୍ଧୁ ହିଁ ସୁଖ, ଦୁଃଖ, ସବୁ ପ୍ରକାର ପରିସ୍ଥିତିରେ ସାଙ୍ଗରେ ଛିଡ଼ା ହୋଇଥାନ୍ତି।