ଆଜି ମାଆଙ୍କ ଷଷ୍ଠୀ ପୂଜା

Today is 6th puja of goddess durga

0

ବ୍ୟୁରୋ : ଦୁର୍ଗା ମାଆଙ୍କ ନବରାତ୍ରୀ ପୂଜା ଆରମ୍ଭ ହୋଇଥାଏ ପୀଠ ଦେବୀଙ୍କ ଠାରୁ । ହେଲେ ମୃମୟୀ ମାଆଙ୍କ ପୂଜା ଷଷ୍ଠୀ ପୂଜା ଠାରୁ ହିଁ ଆରମ୍ଭ ହୋଇଥାଏ । ତେବେ ଭାରତରେ ଜମିଲାଣି ଦଶହରା ବଜାର । ମଣ୍ଡପରେ ପୂଜା ପାଇଲେଣି ମାଆ ଦୁର୍ଗା । ମାଆ ଦଶଭୂଜାଙ୍କର ବିଲ୍ୱବରଣ କରାଯାଇ ଚକ୍ଷୁ ଦାନ ପାଇଛନ୍ତି ଆଜି । ତାହାପରେ ବିଧି ମୁତାବକ ପୂଜାର୍ଚ୍ଚନା କରାଯାଇଛି ମାଆଙ୍କୁ ।

ଦୀର୍ଘ ଦୁଇ ବର୍ଷପରେ ମାଆଙ୍କ ପୂଜା ମଣ୍ଡପରେ ହୋଇଥିବାରୁ ଭକ୍ତ ମାନଙ୍କ ଭିଡ଼ ଛୁଟିଛି । କହିବାକୁ ଗଲେ ମାଆଙ୍କ ମୂର୍ତ୍ତି ଦେଖିବାକୁ ଯେତିକି ସୁନ୍ଦର ହୋଇଛି ଆହୁରି ସୁନ୍ଦର ହୋଇଛି ମାଆଙ୍କ ଚକ୍ଷୁ । ତେବେ ବାହାର ସାଜସଜା କଥା କହିଲେ ବିଭିନ୍ନ ତୋରଣ ପ୍ରତିଯୋଗିତା ଲାଗିଛି ରାଜଧାନୀରେ । କେଉଁଠି ମହିଶୂର ପ୍ୟାଲେସ ତ ଆଉ କେଉଁଠି ଯୋଧପୁର ପ୍ୟାଲେସ । କେଉଁଠି କେଉଁଠି ରାଜସ୍ଥାନୀ ଛିଟା, ଦିଲ୍ଲୀ କଳାକୃତି ଦେଖିବାକୁ ମିଳିଛି ।

ତେବେ କଟକର ଦଶହରା ହେଉଛି ରାଜ୍ୟ ପ୍ରସିଦ୍ଧ ପର୍ବ । ତେବେ କଟକ ରୂପା ତାରକଷି ପାଇଁ ସୁନାମ ଅର୍ଜନ କରିଥିବା ବେଳେ ଦଶହରାରେ ମାଆ ଦେବୀଙ୍କ ମେଢ ରୂପାତାରକସିରେ ଝଲସୁଛି । ମାଆଙ୍କ ମୂର୍ତ୍ତି ତିଆରି କରିବାକୁ ଯେତିକି ସମୟ ଲାଗେ ତାହା ଠାରୁ ଅଧିକ ସମୟ ଲାଗିଥାଏ ମେଢ ନିର୍ମାଣ ପାଇଁ । କଟକରେ ମାଆଙ୍କ ମେଢ ସୁନ୍ଦର ହୋଇଥିବା ବେଳେ ଭୁବନେଶ୍ୱରରେ ତୋରଣ ସୁଅ ଛିଟିଛି ।ଅଳଙ୍କାରରେ ମାଆଙ୍କୁ ସୁନା ରୁପାର ହାର ମଧ୍ୟ ପିନ୍ଧାଇଛନ୍ତି କେତେକ ପୂଜା କମିଟି । ଦଶହରା ବଜାରରେ ବହୁ ଭିଡ ପାଇଁ ପୋଲିସ ପ୍ରୋଟେକ୍ସନ ମଧ୍ୟ ରହିଛି । ତେବେ ଭକ୍ତ ମାନେ ଭୋଗ ଓ ପୁଷ୍ପହାର ସହ ଦୀପ ଜଳାଉଛନ୍ତି ଷଷ୍ଠୀ ପୂଜାରେ ।