ଆଜି ଦୁର୍ଗା ମାଆଙ୍କ ମେଲାଣି ପର୍ବ

0

ଭୁବନେଶ୍ୱର: ସରିଯାଇଛି ଦୁର୍ଗା ପୂଜା । ଆଜି ହେଉଛି ମାଆଙ୍କ ଭଷାଣି ଯାତ୍ରା । ଦୀର୍ଘ ୨ବର୍ଷ ପରେ ଲୋକେ ଭଷାଣି ଯାତ୍ରା ଦେଖିବାର ସୁଯୋଗ ପାଇବେ । କରୋନା କଟକଣା ହଟିଯିବା ପରେ ଅନୁମତି ମିଳିଛି ପୂଜାପର୍ବଣ ପାଇଁ । ତେଣୁ ଲୋକମାନଙ୍କ ମନରେ ଉତ୍ସାହ ଲାଗିରହିଛି ଭଷାଣି ଉତ୍ସବକୁ ନେଇ । ଏଥର ବେସ ଜାକଜମକର ସହ ଅନୁଷ୍ଠିତ ହେବ ମାଆଙ୍କ ମେଲାଣି ପର୍ବ ।

ତେବେ ଭୁବନେଶ୍ୱର ଓ କଟକ ସହରରେ ଭଷାଣିର ସବୁ ପ୍ରସ୍ତୁତି ସରିଛି । ମାଆଙ୍କ ମୃର୍ତ୍ତି ବିସର୍ଜନ ପାଇଁ ମଧ୍ୟ କୃତ୍ରିମ ଜଳାଶୟର ବ୍ୟବସ୍ଥା ମଧ୍ୟ ହୋଇଛି । ଭଷାଣି ଯାତ୍ରା ପାଇଁ ପୋଲିସ ପ୍ରୋଟେକସନର ବ୍ୟବସ୍ଥା କରାଯାଇଛି । ସେଥିପାଇଁ ରାଜଧାନୀ ଭୂବନେଶ୍ୱରରେ ମୃତୟନ ହୋଇଛନ୍ତି ୧୭ ପ୍ଲାଟୁନ ପୋଲିସ ଫୋର୍ସ । କହିବାକୁ ଗଲେ ଭୁବନେଶ୍ୱରରେ ୩ଟି ଭଷାଣି କମିଟି ରହିଛି । ତେବେ ସବୁ କମିଟି ପାଇଁ ସ୍ୱତନ୍ତ୍ର ରୁଟର ବ୍ୟବସ୍ଥା କରାଯାଇଛି । ଭଷାଣି ଉତ୍ସବ ପାଇଁ ଟ୍ରାଫିକ ରୁଲରେ ଯେପରି ବାଧା ନ ଉପୁଜିବ ସେଥିପ୍ରତି ମଧ୍ୟ ଗୁରୁତ୍ୱ ଦିଆଯାଇଛି ।

ଭଷାଣି ଉତ୍ସବରେ ୩ଜଣ ଅତିରିକ୍ତ ଡିସିପିଙ୍କୁ ଦାୟିତ୍ୱରେ ରଖାଯାଇଛି । ସେହିପରି ଭଷାଣି ମେଢ ସହ ଯାଉଥିବା ଡିଜେ ମ୍ୟୁଜିକ ଶବ୍ଦର ପରିଧି ୬୫ ଡିସିବେଲ ଅଛି । ତାହା ଠାରୁ ଅଧିକ ଡିସିବେଲର ଶବ୍ଦ ନହେବ ବୋଲି କଡା ନିର୍ଦ୍ଦେଶ ଜାରି କରିଛନ୍ତି କମିଶନରେଟ ପୋଲିସ ।

ସେପଟେ କଟକ ସହରରେ ଭଷାଣି ଯାତ୍ରାପାଇଁ ସହର ଉଠୁଛି ପଡୁଛି । ଭଷାଣି ପାଇଁ ସବୁ ଡିଜେ ମ୍ୟୁଜିକ ୨ମାସ ପୂର୍ବରୁ ବୁକିଂ ସରିଛି । ମୃର୍ତ୍ତି ବିଶର୍ଜନ ପାଇଁ ନଦୀପଠାରେ ୩ଟି ଅସ୍ଥାୟୀ ପୋଖରୀ ନିର୍ମିତ କରାଯାଇଛି । ଭିଡ ନିୟନ୍ତ୍ରଣ ଓ ଶାନ୍ତି ସୁରକ୍ଷା ଲାଗି ୫୫ ପ୍ଲାଟୁନ ପୋଲିସ ମୃତୟନ ହୋଇଛନ୍ତି କଟକ ସହରରେ ।

ମାଆଙ୍କ ସୁନା ଅଳଙ୍କାରର ସୁରକ୍ଷା ଲାଗି ୩୦୦ଟି ସିସିଟିଭି କ୍ୟାମେରା ଲଗାଯାଇଛି । ତେବେ ୧୭୨ଟି ମୃର୍ତ୍ତି କଟକ ଦେବୀଗଡ଼ା ରେ ବିସର୍ଜନ ହେବ । ଗତ ୫ଦିନ ହେବ ଦଶହରା ପର୍ବ ଲାଗିରହିଥିଲା । ଆଜି ଭଷାଣି ପରେ ମାଆ ଦେଖାହେବେ ପୁଣି ଆରବର୍ଷ ।