ଆଜି ହେଉଛି ବିଶ୍ବ ଏଡ୍‌ସ ଦିବସ

0

ଭୁବନେଶ୍ୱର : ଆଜି ହେଉଛି ବିଶ୍ବ ଏଡ୍‌ସ ଦିବସ। ଏହି ଦିବସରେ ବିଭିନ୍ନ କାର୍ଯ୍ୟକ୍ରମ କରି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି। ୧୯୮୮ ମସିହା ପରଠୁ ପ୍ରତିବର୍ଷ ଡିସେମ୍ବର ମାସ ୧ ତାରିଖକୁ ବିଶ୍ୱ ଏଡ୍‌ସ ଦିବସ ଭାବେ ପାଳନ କରାଯାଇ ଆସୁଛି । ଗତ ୨୦୦୦ରୁ ଚଳିତ ୨୦୨୨ ଅକ୍ଟୋବର ମାସ ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ମୋଟ ୧୭ଲକ୍ଷ ୩୨ହଜାର ୩୪୧ଜଣଙ୍କ କାଉନ୍‌ସେଲି˚ କରାଯାଇ ୧୫ଲକ୍ଷ ୭୨ହଜାର ୯୯୦ଜଣଙ୍କ ଏଚ୍‌ଆଇଭି ପରୀକ୍ଷା କରାଯାଇଛି । ତନମଧ୍ୟରୁ ମୋଟ ୧୭ହଜାର ୪୪୮ଜଣଙ୍କ ରକ୍ତ ନମୁନାରେ ଏଚ୍‌ଆଇଭି ପଜିଟିଭ୍‌ ଆସିଥିବା ଏଡ୍‌ସ ସେଲ୍‌ର ଅଧିକାରୀ ହେମନ୍ତ ଦାଶ ସୂଚନା ଦେଇଛନ୍ତି ।

ଏ ପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା ରୋଗୀଙ୍କ ମଧ୍ୟରୁ ପୋଲସରା ବ୍ଲକ୍‌ରୁ ସର୍ବାଧିକ ୧୨୮୨ଜଣ ରୋଗୀ ରହିଛନ୍ତି। ଚଳିତବର୍ଷ ଅକ୍ଟୋବର ସୁଦ୍ଧା ଜିଲ୍ଲାରେ ୨୭ଜଣ ଗର୍ଭବତୀ ଏଡ୍‌ସ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ମୋଟ୍‌ ପଜିଟିଭ୍‌ ସ˚ଖ୍ୟା ୯୯୬ ରହିଛି। ଏଡ୍‌ସ ରୋଗୀଙ୍କୁ ଚିକିତ୍ସା ସୁବିଧା ପ୍ରଦାନ ପାଇଁ ଏମ୍‌କେସିଜି ବଡ଼ ଡାକ୍ତରଖାନା ଓ ଭଞ୍ଜନଗର ମେଡିକାଲରେ ଏଆର‌ ସେଣ୍ଟର‌ଟି ରହିଛି । ସେହିପରି ଆସିକା, ପୋଲସରା ଓ ଖଲ୍ଲିକୋଟ ଭଳି ବ୍ଲକ୍‌ରେ ଲିଙ୍କ୍‌ ଏଆର‌୍‌ଟି ସେଣ୍ଟର‌୍‌ ରହିଛି। ସେଠାରେ ରୋଗୀଙ୍କୁ କାଉନ୍‌ସେଲିଂ କରି ଔଷଧ ପ୍ରଦାନ ବ୍ୟବସ୍ଥା କରାଯାଇଛି ।