ବଢୁଛି ତାତି, ସର୍ବାଧିକ ୪୪.୨ ଡିଗ୍ରୀ ତାପମାତ୍ରା ରେକର୍ଡ

ରାଜ୍ୟରେ ଦିନ ବୃଦ୍ଧି ପାଇବାରେ ଲାଗିଛି ତାତି ।

0

(ଭୁବନେଶ୍ୱର) : ରାଜ୍ୟରେ ଦିନ ବୃଦ୍ଧି ପାଇବାରେ ଲାଗିଛି ତାତି । ତେବେ ସର୍ବାଧିକ ତାପମାତ୍ରା ୪୪.୨ ଡିଗ୍ରୀ ସେଲ୍‌ସିୟସ ରେକର୍ଡ ହୋଇଛି । ଯାହା ସହ୍ୟ କରିବା ଅସମ୍ଭାଳ ହୋଇପଡିଛି ।

ଆଜି ସୋନପୁରରେ ଦିନର ସର୍ବାଧିକ ତାପମାତ୍ରା ୪୪.୨ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। ପୂରା ଦେଶରେ ଆଜି ଉତ୍ତପ୍ତ ସହର ପାଲଟିଛି। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ ଏହି ସୂଚନା ଦେଇଛନ୍ତି।


ଗ୍ରୀଷ୍ମ ପ୍ରବାହ ଯୋଗୁ ସାରା ରାଜ୍ୟ ଜଳୁଥିବା ବେଳେ ଆଜି ସୋନପୁର ସମେତ ମୋଟ ୧୬ଟି ସ୍ଥାନରେ ଦିନର ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ବା ଏହା ଉପରେ ରେକର୍ଡ କରାଯାଇଛି। ବଲାଙ୍ଗିରର ତାପମାତ୍ରା ୪୨.୮ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ବାରିପଦାରେ ୪୨.୫, ଝାରସୁଗୁଡ଼ାରେ ୪୨.୨, ବୌଦ୍ଧରେ ୪୨, ତାଳଚେରରେ ୪୧.୮, ଅନୁଗୋଳରେ ୪୧.୭, ସୁନ୍ଦରଗଡ଼ରେ ୪୧.୫ରେ, ଟିଟିଲାଗଡ଼ରେ ୪୧.୫, ପାରଳାଖେମୁଣ୍ଡିରେ ୪୧, ସମ୍ବଲପୁରରେ ୪୦.୮, ଭବାନୀପାଟଣାରେ ୪୦.୫, ନୟାଗଡ଼ରେ ୪୦.୫, ଛତ୍ରପୁରରେ ୪୦, ବାଲେଶ୍ୱରରେ ୪୦ ଓ ମାଲକାନଗିରିରେ ୪୦ ଡିଗ୍ରୀ ରେକର୍ଡ କରାଯାଇଛି।