ଆଜି ମୁଖ୍ୟମନ୍ତ୍ରୀ ୨୦୨୨ ବର୍ଷର ଶିଳ୍ପ ନୀତି ଘୋଷଣା କରିବେ

0

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ୨୦୨୨ ବର୍ଷର ଶିଳ୍ପ ନୀତି ଘୋଷଣା କରିବେ। କିଛିଦିନ ତଳେ ଏହା କ୍ୟାବିନେଟ୍ ରେ ଅନୁମୋଦିତ ହୋଇଥିଲା। ୧୦ଟା ୩୦ ରେ ମେଗା ବ୍ୟବସାୟ ସମ୍ମିଳନୀ ଆୟୋଜିତ ହୋଇଛି । ଏଥିରେ ୨୦ରୁ ଅଧିକ MOU ସ୍ବାକ୍ଷରିତ ହେବାର ଅଛି। ୨୦୦୦ରୁ ଅଧିକ business deligate ଯୋଗଦେବେ।Make In ଓଡ଼ିଶାର କନକ୍ଲେଭର ଆଜି ଦ୍ବିତୀୟ ଦିନରେ ଆଜି ମେଗା ଶିଳ୍ପପତି ସମ୍ମିଳନୀର ଆୟୋଜନ କରାଯାଇଛି । ପ୍ଲେନାରି ସେସନ୍ ରେ ଯୋଗଦେବେ ମୁଖ୍ୟମନ୍ତ୍ରୀ। ମିତ୍ତଲ୍ ଗ୍ରୁପ୍ ର LN mittal , ବେଦାନ୍ତ ଗ୍ରୁପର ମୁଖ୍ୟ ଅନିଲ Agarwal, ଟାଟା group ra TV Narendran, ସଜନ ଜିନ୍ଦଲ, ନବୀନ ଜିନ୍ଦଲ ପ୍ରମୁଖ ଏହି ବ୍ୟବସାୟୀ ସମ୍ମିଳନୀରେ ଯୋଗ ଦେବେ।ଶିଳ୍ପ ଓ ନିର୍ମାଣକୁ ଆର୍ଥିକ ପ୍ରୋତ୍ସାହନ ଶୀର୍ଷକ ଆଲୋଚନା ଚକ୍ର ୪.୩୦ରେ ଅନୁଷ୍ଠିତ ହେବ। ୫ ନମ୍ବର ସେମିନାର ହଲ ରେ ଏହି କାର୍ଯକ୍ରମ ହେବ। ଏଥିରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଅଧ୍ୟକ୍ଷ SS Mundra , SBI ର gulsan Malik, SIDBI ର ଅଧ୍ୟକ୍ଷ S. Raman ପ୍ରମୁଖ ଏଥିରେ ବକ୍ତା ଭାବରେ ଯୋଗ ଦେବେ।