ଗଣମାଧ୍ୟମ ନାଁରେ ଦାଦାଗିରି

0

( ଆଦର୍ଶ ରାଉତ) : ଗଣମାଧ୍ୟମ ନାଁରେ ରାଜଧାନୀରେ ଦାଦାଗିରି । ଗଣମାଧ୍ୟମ ହେଉଛି ସମ୍ବିଧାନର ଚତୁର୍ଥ ସ୍ତମ୍ବ । କିନ୍ତୁ ଗଣମାଧ୍ୟମର ନାଁ କହି କେତେ ଲୋକ ଚାଳାଇଛନ୍ତି ନିଜର ଗୁଣ୍ଡାରାଜ । ଦିନକୁ ଦିନ ବଢିବାରେ ଲାଗିଛି ଗଣମାଧ୍ୟମ ଓ ଉଚ୍ଚଅଧିକାରୀ ପରିବାରମାନଙ୍କର ପ୍ରାଦୁର୍ଭାବ । ଗତକିଛି ଦିନ ତଳେ ଏଜି ଛକରେ ଏଡିଜିଙ୍କ ପରିବାର ସଦସ୍ୟ ଟ୍ରାଫିକ ନିୟମ ଭାଙ୍ଗିଥିବାବେଳେ ଗତକାଲି ପୁଣିଥରେ ଜଣେ ଯୁବତୀ ଗଣମାଧ୍ୟମ ନାଁ କହି ଟ୍ରାଫିକ ନିୟମ ଉଲଘଂନ କରିଛନ୍ତି ।

ଗତକାଲି ରାତି୮.୪୦ ମିନିଟ ସମୟରେ ଶହିଦନଗର ଥାନା ଅନ୍ତର୍ଗତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଚାଲିଥିଲା ଜୋରସୋର ଚେକିଂ । ପ୍ରତ୍ୟେକ ଗାଡି, ହେଲମେଟ, ସିଟବେଲ୍ଟ ଇତ୍ୟାଦିର କଡାକଡି ଯାଞ୍ଚ କରାଯାଇଥିଲା । ଠିକ୍ ସେହି ସମୟରେ ଏକ ପଲସର ଗାଡିରେ ୩ ଜଣ ବସି ନିୟମ ଉଲଘଂନ କରିବାକୁ ଚେଷ୍ଟା କରୁଥିବା ବେଳେ ଚେକିଂରେ କାର୍ଯ୍ୟରତ ଜଣେ ହୋମଗାର୍ଡ ସୋମନଙ୍କୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ଗାଡିଟି ଦ୍ରୁତ ଗତିରେ ସେଠାରୁ ଖସିପଳାଇଥିଲା । ଗାଡିରେ ଥିଲେ ଦୁଇ ଜଣ ଯୁବକ ଓ ଜଣେ ଯୁବତୀ ।
ଏହି ଘଟଣାର କିଛି ସମୟ ପରେ ସେହି ୨ ଜଣ ଯୁବକ ଓ ଯୁବତୀ ଏକ ହେଲମେଟ ଆଣି ପୁଣିଥରେ ଚେକିଂ ହେଉଥିବା ସ୍ଥାନକୁ ଫେରିଥିଲେ । ସେଠାରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କୁ ଦୁର୍ବ୍ୟବହାର କରାଯାଇଛି ବୋଲି ଯୁକ୍ତି ବାଢିଥିଲେ ଯୁବତୀ ଜଣଙ୍କ । ଖାଲି ଏତିକି ନୁହେଁ ନିଜକୁ ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ରୀ କହିବା ସହ ଗଣମାଧ୍ୟମର କେଉଁ ବ୍ୟକ୍ତିବିଶେଷଙ୍କ ପରିଚିତ କହି ଯୁବତୀ ଜଣକ ଦୁର୍ବ୍ୟବହାର କରିବା ସହ ଧମକ ଚମକ ଦେଉଥିଲେ କାର୍ଯ୍ୟରତ କର୍ମଚାରୀଙ୍କୁ ।

ଏଠିଗୋଟେ ପ୍ରଶ୍ନ ଉଠେ ଯେ କାହିଁକି ଗଣମାଧ୍ୟମକୁ ଡରୁଛନ୍ତି ପୋଲିସ । କିଏ ସେ ଗଣମାଧ୍ୟମର ବ୍ୟକ୍ତି ଜଣକ ଯା ନାଁରେ ଏ ଯୁବତୀ ଜଣକ ଆଇନିକୁ ବି ମାନୁନାହାଁନ୍ତି ।

ଗତକାଲି ରାତିରେ ଦୁର୍ବ୍ୟବହାର ଶିକାର ହୋଇଥିବା ପୋଲିସ କର୍ମଚାରୀ ନିଳାଞ୍ଚଳ ଭୋଇଙ୍କ ଅଭିଯୋଗ ଆଧାରରେ ଆଜି ଶହିଦନଗର ଥାନାରେ ଏକ ମାମଲା ରୁଜୁ କରାଯାଇଛି । ଆଇପିସି ଦଫା ୩୪୧, ୩୩୨,୩୫୩,୨୯୪,୫୦୬ ଏବଂ ୩୪ ଆଇପିସି ସଂପୃକ୍ତ ଯୁବତୀ ଏବଂ ତାଙ୍କ ସହଯୋଗୀ ଉପରେ ଏହି ଦଫା ଲାଗିଛି । ଏହି ଦଫା ଗୁଡିକ ହେଲା ସରକାରୀ କର୍ମଚାରୀ କାର୍ଯ୍ୟରତ ଥିବାବେଳେ ବିରୋଧ , ସରକାରୀ କାର୍ଯ୍ୟରେ ବାଧା ଦେବା ଏବଂ କାର୍ଯ୍ୟରତ କର୍ମଚାରୀଙ୍କୁ ଗାଳିଗୁଲଜ କରିବା ଭଳି ସଂଙ୍ଗୀନ ଦଫା ସଂପୃକ୍ତ ଯୁବତୀଙ୍କ ନାଁରେ ରୁଜୁ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ।