ବର୍ଷାରେ ରେଳ ଚଳାଚଳ ବାଧାପ୍ରାପ୍ତ

0

(ମୃତ୍ୟୁଞ୍ଜୟ ଭୋଇ) ଭୁବନେଶ୍ୱର: ପ୍ରବଳ ବର୍ଷା ଯୋଗୁ ଆନ୍ଧ୍ରପ୍ରଦେଶରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ପଲାସା -ବିଜୟନଗରମ ରେଳ ଧାରଣାରେ ବର୍ଷା ପାଣି ଚାଲିବା ଯୋଗୁଁ ହୀରାଖଣ୍ଡ, ଜୁନାଗଡ ଏକ୍ସପ୍ରେସ୍ ସମେତ ଅନେକ ଟ୍ରେନ୍ ବିଳମ୍ବରେ ଯାତ୍ରା କରିଛି। ଟ୍ରେନ୍ ଚଳାଚଳରେ ବିଳମ୍ବ ଯୋଗୁ ଜୁନାଗଡ ଏକ୍ସପ୍ରେସରେ ଭୁବନେଶ୍ୱରରୁ ରାୟଗଡା ଆସୁଥିବା ଜଳ ସଂପଦ, ସୂଚନା ଓ ଲୋକ ସଂପର୍କ ବିଭାଗ ମନ୍ତ୍ରୀ ରଘୁ ନନ୍ଦନ ଦାସ ୪ ଘଣ୍ଟା ଟ୍ରେନ୍ ଭିତରେ ଫସି ରହିଥିଲେ। ଆରୁକୁ-ବିଶାଖାପାଟଣା ରେଳ ଲାଇନର ଚିମିଡିପଲ୍ଲୀ ନିକଟରେ ପାହାଡରୁ ମାଟି ଅତଡା ଧସି ରେଳ ଧାରଣାରେ ପଡିବା ଯୋଗୁ ଦୁଇ ଟ୍ରେନ୍ ଚଳାଚଳରେ ବିଳମ୍ବ ହୋଇଛି। ରେଳ ବିଭାଗ ସୂଚନାନୁଯାୟୀ, ବୁଧବାର ଠାରୁ ଲାଗି ରହିଥିବା ଲଗାଣ ବର୍ଷା ପ୍ରଭାବରେ ମଧ୍ୟ ରାତ୍ରିରେ ବିଜୟନଗରମ୍-ପଲାସା ରେଳଲାଇନ୍ ଉପର ଦେଇ ବର୍ଷା ପାଣି ପ୍ରବାହିତ ହୋଇଥିଲା। ଉଭୟ ରେଳ ଧାରଣାରେ ପାଣି ଜମିବା ଯୋଗୁ ସୁରକ୍ଷା ଦୃଷ୍ଟିକୋଣରୁ ରେଳ ଚଳାଚଳକୁ ବନ୍ଦ ରଖା ଯାଇଥିଲା। ଫଳରେ ଉକ୍ତ ରୁଟରେ ଚଳାଚଳ କରୁଥିବା ବହୁ ଏକ୍ସପ୍ରେସ୍ ଟ୍ରେନ୍ ରାତି ସାରା ବିଭିନ୍ନ ଷ୍ଟେସନରେ ଅଟକି ରହିଥିଲା। ରେଳ ଧାରଣାରୁ ପାଣି କମିବା ପରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଥିଲା।