ମତ୍ସ୍ୟ ସମ୍ପଦ ବିକାଶ ନେଇ ତାଲିମ ଶିବିର

0

ସୋନପୁର(ଓମପ୍ରକାଶ ମିଶ୍ର): ସୋନପୁର ଜିଲ୍ଲା ସଦର ମହକୁମା ରାମେଶ୍ୱର ମନ୍ଦିର ନିକଟରେ ଥିବା ସର୍କିଟ ହାଉସ ଠାରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ମହାନଦୀରେ ବିରଳ ମାଛ ସଂଖ୍ୟା କମି ଯାଉଥିବାରୁ ବିଭିନ୍ନ ପ୍ରଜାତିର ମାଛ ଛଡାଯିବା ନେଇ ସେଠାରେ ତାଲିମ ଦିଆଯାଇଥିଲା । କଟକ ସ୍ଥିତ ମତ୍ସ୍ୟ ଉପ ନିର୍ଦ୍ଦେଶକ ଶଶୀକାନ୍ତ ଆଚାର୍ଯ୍ୟ, ଭୁବନେଶ୍ୱରର ସୁବ୍ରତ ଦାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉଷା କୁମାରୀ, ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାସ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।