କୋଝିକୋଡ: ଥରେ ଭାବନ୍ତୁ ମା ବଦଳରେ ଯଦି ବାପା ଗର୍ଭରେ ପିଲା ବଢ଼େ ତେବେ କଣ ହେବ ? ଆପଣ ହୁଏତ ଏ କଥା ସହଜରେ ବିଶ୍ୱ କରି ନ ପାରନ୍ତି , କିନ୍ତୁ ଏ କଥା ସତ | କେରଳର କୋଝିକୋଡରେ ଏଭଳି ଅଭୂତପୂର୍ବ ଘଟଣା ଘଟିଛି। ଏଠି ଜଣେ ମହିଳା ନୁହେଁ ବରଂ ପୁରୁଷ ଗର୍ଭବତୀ ହୋଇଛନ୍ତି। ଭାରତରେ ପ୍ରଥମ ଥର ପାଇଁ ଜଣେ ପୁରୁଷ ଟ୍ରାନ୍ସଜେଣ୍ଡର ସନ୍ତାନ ଜନ୍ମ କରିବାକୁ ଯାଉଛନ୍ତି | କେରଳର କୋଝିକୋଡରେ ରହୁଥିବା ଟ୍ରାନ୍ସଜେଣ୍ଡର କପଲ୍ ଜିୟା ଓ ଜହାଦଙ୍କ ଘରକୁ ଖୁବ ଶୀଘ୍ର ନୂଆ ଅତିଥି ଆସିବାକୁ ଯାଉଛି |
ଜିଆ ଜହାଦଙ୍କ ଏକ ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏଥିରେ ଜହାଦ ଗର୍ଭବତୀ ଥିବା ଦେଖାଯାଉଛନ୍ତି । ଗତ ତିନି ବର୍ଷ ହେଲା ଉଭୟେ ଏକାଠି ରହୁଛନ୍ତି। ମାର୍ଚ୍ଚରେ ସନ୍ତାନ ଜନ୍ମ ହେବ ବୋଲି ସେମାନେ କହିଛନ୍ତି। ଇନଷ୍ଟାଗ୍ରାମରେ ପ୍ରେଗନାନ୍ସି ଫଟୋ ଶେୟାର କରି ଜିୟା ଲେଖିଛନ୍ତି, ‘ଜନ୍ମରୁ ମୁଁ ମହିଳା ନଥିଲି। ଦିନେ ଜଣେ ଛୋଟ ଛୁଆ ମୋତେ ମା’ ବୋଲି ଡାକି ଦେଇଥିଲା। ଏହାପରଠୁ ମୋ ଭିତରେ ମାତୃତ୍ୱ ହେବାର ସ୍ୱପ୍ନ ଥିଲା। ତେବେ ଜହାଦ ୮ମାସର ଗର୍ଭଧାରଣ କରିବା କଥା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।