ଭଦ୍ରକ ଅତିରିକ୍ତ ଉପଜିଲ୍ଲାପାଳଙ୍କୁ ବାଲେଶ୍ୱର ଫକୀର ମୋହନ ମେଡିକାଲ କଲେଜ ଓ ହସ୍ପିଟାଲକୁ ବଦଳି

0

ଭୁବନେଶ୍ୱର: ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜିଦୁଇ ଓଏଏସ ଅଧିକାରୀଙ୍କୁ ବଦଳି କରାଯାଇଛି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ବିଜ୍ଞପ୍ତି ଅନୁଯାୟୀ ବାଲେଶ୍ୱର ଫକିରମୋହନ ମେଡିକାଲ କଲେଜ ଓ ହସ୍ପିଟାଲର ପରିଚାଳନା ଅଧିକାରୀ ଜୟନ୍ତୀ ସିଂହଙ୍କୁ କଟକ ଏକୀକରଣର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ସେହିପରି ଓଏଏସ, ଭଦ୍ରକ ଅତିରିକ୍ତ ଉପଜିଲ୍ଲାପାଳ ମନୋରମା ଭୂୟାଁଙ୍କୁ ବାଲେଶ୍ୱର ଫକୀର ମୋହନ ମେଡିକାଲ କଲେଜ ଓ ହସ୍ପିଟାଲ ପରିଚାଳନା ଅଧିକାରୀ ଭାବେ  ବଦଳି କରାଯାଇଛି ।