ସୁବର୍ଣ୍ଣପୁର : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସୁବର୍ଣ୍ଣପୁର ତରଫରୁ ଜିଲ୍ଲା ଚିକିତ୍ସାଳୟ ସଭାକକ୍ଷ ଠାରେ ସ୍ଵଛତା ପକ୍ଷ୍ ପାଳନ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡା. ବିଶ୍ବ ରଞ୍ଜନ ପତିଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ଡା. ପ୍ରଦୀପ କୁମାର ଗୁରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ଅଧିକ୍ଷକ, ହସ୍ପିଟାଲ ମେନେଜର୍ ଦେବସ୍ମିତା ପ୍ରମୁଖ ମଞ୍ଚାସୀନ ଥିଲେ।
ସଭାରେ ଅତିଥିମାନେ ସ୍ଵଛତା ପକ୍ଷ୍ ପାଳନ ୨୦୨୨ ବର୍ଷର ଉପରେ ଗୁରୁତ୍ଵାରୋପ କରି ବ୍ୟକ୍ତି ଠାରୁ ଆରମ୍ଭ କରି ସାରା ବିଶ୍ବକୁ କିପରି ସୁସ୍ଥ ରଖି ପାରିବା ତଥା ବ୍ୟକ୍ତି ବିଶେଷ ନିଜେ ନିଜର ସ୍ଵଛତା ତଥା ନିଜର ପରିବେଶ କୁ ସ୍ୱଚ୍ଛ ରଖିବା ନିମନ୍ତେ ଯତ୍ନବାନ ହେବାକୁ ଗୁରୁତ୍ୱାରୋପ କରିବା ସହିତ ପ୍ରତ୍ୟେକ ସ୍ତରରେ ସ୍ୱଚ୍ଛତର ବାର୍ତ୍ତା ନେଇ ବ୍ୟାପକ ଜନସଚେତନତା ସୃଷ୍ଟି ଉପରେ ମତ ବ୍ୟକ୍ତ କରିଥିଲେ। ଏହି ଉପଲକ୍ଷେ ଏକ ରଙ୍ଗୋଲି ଓ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଓ ବିଜେତା ମାନଙ୍କୁ ଉପହାର ପ୍ରଦାନ କରାଯାଇଥିଲା।
ଶ୍ରୀ ପ୍ରମୋଦ କୁମାର ସାହୁ, ଏନ ଆର ସି, ପରାମର୍ଶ ଦାତା ଡି ଏଚ ଏଚ, ସୁବର୍ଣ୍ଣପୁର ଓ ଗୀତାଞ୍ଜଳି ମେହେର ସଚେତନତା ସଭାର ସଫଲତା ପାଇଁ ପୂର୍ଣ୍ଣ ସହଯୋଗ କରିଥିବାବେଲେ ଅନୁଷ୍ଠିତ ସଭାକାର୍ୟ୍ୟକୁ ଜିଲ୍ଳା ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଅକ୍ରୁର କୁମାର ହୋତା ପରିଚାଲନା କରିଥିଲେ ଓ ଶ୍ରୀ ଅବିନାଶ କୁମାର ହୋତା ଧନ୍ୟବାଦ ଅର୍ପଣ କରିଥିଲେ।