ଗଠନ ହେବ ପରିବହନ କର୍ମଚାରୀ କଲ୍ୟାଣ ବୋର୍ଡ

ଓଡିଶା ସଡ଼କ ପରିବହନ ଶ୍ରମିକ ମହାସଙ୍ଘ ବୈଠକ

0

ଭୁବନେଶ୍ୱର/ହରପ୍ରସାଦ ବିଶୋଇ : ଖୁବଶୀଘ୍ର ରାଜ୍ୟରେ ଓଡିଶା ପରିବହନ କର୍ମଚାରୀ କଲ୍ୟାଣ ପାଣ୍ଠି ଵୋର୍ଡ ଗଠନ ହେବ। ଏନେଇ ପ୍ରସ୍ତୁତ ହୋଇଛି ଚିଠା ପ୍ରସ୍ତାବ। କ୍ୟାବିନେଟ ଓ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଏହି କଲ୍ୟାଣ ବୋର୍ଡ କାର୍ଯ୍ୟକାରୀ ହେବ। ଏହି ଚିଠା ନିୟମ ଅନୁସାରେ ପରିବହନ ମନ୍ତ୍ରୀ ଏହି ବୋର୍ଡର ଅଧ୍ୟକ୍ଷ ରହିବେ।

ସମସ୍ତ ଜିଲ୍ଲାର ସଦର ମହକୁମାରେ ଏହାର ବୋର୍ଡ଼ କାର୍ଯ୍ୟାଳୟ ରହିବ। 18ରୁ 60 ବର୍ଷର ମୋଟର କର୍ମଚାରୀ ଏଥିରେ ପଞ୍ଜିକୃତ ରହିବେ। ଦୁର୍ଘଟଣାରେ ମୃତ୍ୟୁ ହେଲେ 4 ଲକ୍ଷ,ଆହତ ହେଲେ 1 ଲକ୍ଷ ଓ ଅର୍କମଣ୍ୟ ହେଲେ 3 ଲକ୍ଷ ଟଙ୍କା ମିଳିବ ବୋଲି ପ୍ରସ୍ତାବ ରହିଛି। ଓଡିଶା ସଡ଼କ ପରିବହନ ଶ୍ରମିକ ମହାସଙ୍ଘ ବୈଠକରେ ଆଲୋଚନା ହୋଇଛି। ଏଥିରେ ପରିବହନ ସଚିବ ଓ କମିଶନର ଉପସ୍ଥିତ ଥିଲେ।