ଜଗନ୍ନାଥ ମନ୍ଦିର ଉପରେ ଉଡିଲା ତ୍ରିରଙ୍ଗା

0

ଭୁବନେଶ୍ୱର:ଆଉ କିଛିଦିନର ବ୍ୟବଧାନରେ ପାଳନ ହେବାକୁ ଯାଉଛି ସ୍ୱାଧୀନତା ଦିବସ । ଏହି ଅବସରରରେ ‘ହର ଘର ତିରଙ୍ଗା’ ପଦକ୍ଷେପର ଏକ ଅଂଶ ଭାବରେ ଭାରତୀୟ ତ୍ରିରଙ୍ଗାକୁ ସମ୍ମାନ ଦେବା ସହ ତାର ମାନ ରଖିବାକୁ ଏକ ଛୋଟିଆ ପ୍ରୟାସ ଅନୁଷ୍ଠିତ ହେବାକୁ ଯାଉଛି ।ଭାରତୀୟ ତଟରକ୍ଷା ବାହିନୀର ଏକ ନିଆରା ପ୍ରୟାସ ଦେଖିବାକୁ ମିଳିଚି ପୁରୀ ଜିଲ୍ଲାରେ ।ପୁରୀ ଶ୍ରୀମନ୍ଦିର ଉପରେ ଏକ ହେଲିକାପ୍ଟର ମାଧ୍ୟମରେ ତ୍ରିରଙ୍ଗା ପତାକାକୁ ଉଡାଯାଉଛି ।

ଯାହା ଏକ ସ୍ୱାଗତେଯାଗ୍ୟ ପଦକ୍ଷେପ ବୋଲି ଆଲୋଚବନା ହେଉଚି ।ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ଓଡିଶାର ଜନ ସାଧାରଣ ସବୁବେଳେ ଆଗରେ ରୁହନ୍ତୁ । ସେହିପରି ଦେଶର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଫଟୋ ତ୍ରିରଙ୍ଗା ପତାକା ସମସ୍ତ ଘରେ ଓ କାର୍ଯ୍ୟାଳୟରେ ଲଗାଯାଉ ।ଅମୃତ ମହୋତ୍ସବ ଦ୍ୱାରା ଏହି ବାର୍ତ୍ତା ପ୍ରେରଣ କରାଯାଇଛି । ସେହିପରି ଏହି ପତାକା ଭାରତୀୟ ତଟରକ୍ଷା ବାହିନୀ ତ୍ରିରଙ୍ଗା ପତାକା ଉଡାଇଥିବା ନେଇ ଆଇସିଜି ଅଧିକାରୀ ସୂଚନା ଦେଇଛନ୍ତି ।