କଂଗ୍ରେସ ନେତା ସଂଗ୍ରାମ ଜେନାଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

0

ସାଲେପୁର (ରିପୋର୍ଟସ ଟୁଡେ /ତାରାକାନ୍ତ ନାୟକ) ପ୍ରାକ୍ତନ ପ୍ରଦେଶ ଯୁବ କଂଗ୍ରେସ ସଭାପତି ତଥା କଟକ ଜିଲ୍ଲା କଂଗ୍ରେସ ପର୍ୟ୍ୟବେକ୍ଷକ ସଂଗ୍ରାମ ଜେନାଙ୍କ ବିୟୋଗରେ ଆଜି ସାଲେପୁର ବ୍ଲକ୍ କଂଗ୍ରେସ କମିଟି ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । କଂଗ୍ରେସ ନେତା ତଥା ସମାଜସେବୀ ଇ ଆକ୍ୟୁବ୍ ଖାନଙ୍କ ନେତୃତ୍ଵ ରେ ଆୟୋଜିତ ସଭାରେ ବ୍ଲକ୍ କଂଗ୍ରେସ କମିଟି ସଭାପତି ବେଣୁଧର ପ୍ରଧାନ ପୌରହିତ୍ୟ କରିଥିଲେ । ସଭାରେ କଂଗ୍ରେସ ନେତା ଖାନ,ପ୍ରାକ୍ତନ ପଞ୍ଚାୟତ ସମିତି ଅଧକ୍ଷ ରବୀନ୍ଦ୍ର ନାଥ କର ପ୍ରମୁଖ ଯୋଗ ଦେଇ ସଂଗ୍ରାମ ବାବୁଙ୍କ ବିୟୋଗ ଯୁବ କଂଗ୍ରେସ ପାଇ ଏକ ଅପୂରଣୀୟ କ୍ଷତି ବୋଲି ମତ ପ୍ରକାଶ କରିବା ସହ ତାଙ୍କ ଅମର ଆତ୍ମାର ସଦ ଗତି କାମନା କରିଥିଲେ।କାର୍ୟ୍ୟକ୍ରମ ରେ ପ୍ରାକ୍ତନ ବ୍ଲକ୍ କଂଗ୍ରେସ କମିଟି ସଭାପତି ଅଜିତ ପଣ୍ଡା,ପ୍ରାକ୍ତନ ସମିତି ସଭ୍ୟ ହରେକୃଷ୍ଣବେହେରା,ପ୍ରାକ୍ତନ ସରପଞ୍ଚ ତ୍ରିଲୋଚନ ସ୍ବାଇଁ, କଂଗ୍ରେସ ସଂଖ୍ୟା ଲଘୁ ସେଲ ନେତା ସେକ ଅନୁୱାର ଅଲ୍ଲୀ,ପ୍ରାକ୍ତନ ସମିତି ସଭ୍ୟ ସେକ ସଫି ଉଲ୍ଲ ଆ ଲା ମ,ଯୁବ ନେତା ବିଜ୍ଞାନ ଭୂୟାଁ,ଚଦ୍ରା ଦେଇ ପୁର ପଞ୍ଚାୟତ କଂଗ୍ରେସ ସଭାପତି ଲୋକ ନାଥ ବେହେରା,ବାଲିସାହି ପଞ୍ଚାୟତ କଂଗ୍ରେସ ସଭାପତି ସୁଶାନ୍ତ ସାହୁ,ଭୀମ ଦାସ ପୁର ପଞ୍ଚାୟତ କଂଗ୍ରେସ ସଭାପତି ପ୍ରତାପ ଚନ୍ଦ୍ର ବିଶ୍ବାଳ,ଯୁବ ନେତା ଶିବୁ ବେହେରା,ବରିଷ୍ଠ କଂଗ୍ରେସ ନେତା ମୀର ଅକ୍ତର୍ ଅଲ୍ଲୀ,ଯୁବ ନେତା ନଜୀ ରୂଲ୍ ହାସନ୍,ସୁନିଲ ଦତ୍ତ,ବିଜୟ ସାମଲ ଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ରହି ସଂଗ୍ରାମ ଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରିଥିଲେ ।