ଓଡିଶା

ୟୋରର୍ସ ହୋପ ଫାଉଣ୍ଡେସନ ପକ୍ଷରୁ କରୋନା ଯୋଦ୍ଧା ସମ୍ମାନିତ

(ଶେଖ ଅରଶଦ ଉଲ ହକ/ ଖୋର୍ଦ୍ଧା) : ସ୍ୱେଚ୍ଛାସେବୀ ସଂଗଠନ ୟୋରର୍ସ ହୋପ ଫାଉଣ୍ଡେସନ ତରଫରୁ କରୋନା ଯୋଦ୍ଧାମାନଙ୍କୁ ସମ୍ମାନିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଖୋର୍ଦ୍ଧାର ମାନ୍ୟବର ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ଯୋଗ ଦେଇଥଲେ । କରୋନା ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ ଦେଶର ହିତରେ କାର୍ଯ୍ୟ କରୁଥିବା ଡ଼ାକ୍ତର, ସ୍ୱାସ୍ଥ୍ୟ କର୍ମୀ, ପ୍ରଶାସନିକ ଅଧିକାରୀ, ସ୍ୱେଚ୍ଛାସେବୀ ଏବଂ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ କରୋନା ଯୁଦ୍ଧରେ ହାରି ଯାଇଥିବା ଯୋଦ୍ଧାମାନଙ୍କୁ କାର୍ଯ୍ୟକ୍ରମର ଅତିଥିମାନେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଡ଼ାକ୍ତର ରଘୁନାଥ ନାୟକ, ଶ୍ୟାମାପ୍ରସାଦ ମିତ୍ର, ଖୋର୍ଦ୍ଧା ଜିଲ୍ଲା ଓକିଲ ସଂଘର ଅଧ୍ୟକ୍ଷ ଶିଶିର କୁମାର ପରିଡ଼ା, ବରିଷ୍ଠ ଆଇନଜୀବି ସର୍ବେଶ୍ୱର ସାହୁ, ଗଣମାଧ୍ୟମର ପ୍ରତିନିଧି ଶୁଭ୍ରାଂଶୁ ରଂଜନ ସାମନ୍ତରାୟ, ସୂର୍ଯ୍ୟନାରାୟଣ ମହାନ୍ତି, ଜିତେନ୍ଦ୍ର କୁମାର ଭଞ୍ଜ, ରାମନାରାୟଣ ଦାଶ, ଦିଲ୍ଲୀପ କୁମାର ପଟ୍ଟନାୟକ, ସୟଦ ଲିୟାକତ ଅଲ୍ଲୀ, ମହମ୍ମଦ ମୋତାହର ୟୁସୁଫ, ଲଳିତ ମୋହନ ମହାପାତ୍ର, ପ୍ରକାଶ କୁମାର ହାତୀ, ସନ୍ତୋଷ କୁମାର ବାରିକ, ପ୍ରବିଣ ଭଞ୍ଜ, ଓ ପ୍ରଶାନ୍ତ କୁମାର ସାହୁ ପ୍ରମୁଖଙ୍କୁ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ କୁମାର ବେହୁରୀଆ, ଖୋର୍ଦ୍ଧା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ବାଣୀଶ୍ରୀ ପଟ୍ଟନାୟକ, ବିଶିଷ୍ଟ ସମାଜସେବୀ ନିବେଦିତା ଲେଙ୍କା ପ୍ରମୁଖ ଯୋଗ ଦେଇଥିଲେ ।

Related posts

କଣିହାଁ ଶିବ ମନ୍ଦିରକୁ ଅବସରପ୍ରାପ୍ତ ଶିକ୍ଷକଙ୍କ ଅର୍ଥ ଦାନ

Report

ଅଜଣା ଗାଡି ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ

Report

ବ୍ରହ୍ମୋସ ମିସାଇଲର ସଫଳ ପରୀକ୍ଷଣ

Report

Leave a Comment