ତ୍ରୀରଙ୍ଗା ପତାକାକୁ କଲେ ଜଳଖିଆ ପୁଡ଼ିଆ!

0

କଟକ: ଆମେ ଭାରତୀୟ । ଆମର ପରିଚୟ ଓ ମାନ ମର୍ଯ୍ୟାଦା ହେଉଛି ଆମ ତ୍ରୀରଙ୍ଗା । ତେବେ ଏହାକୁ ସମ୍ମାନ ଦେବାକୁ ୭୫ ତମ ସ୍ୱାଧୀନତା ଦିବସ ଉପଲକ୍ଷେ କେନ୍ଦ୍ରସରକାର ହରଘର ତ୍ରୀରଙ୍ଗାର ନାରା ଦେଇଛନ୍ତି । ଅର୍ଥାତ ପ୍ରତ୍ୟେକ ଭାରତୀୟ ନିଜ ଘରେ ତ୍ରୀରଙ୍ଗା ପାତାକା ଉଡ଼ାଇ ବୀର ସହିଦ ଯବାନ ଓ ସ୍ୱାଧିନତା ସଂଗ୍ରାମୀଙ୍କୁ ସାମ୍ମାନ ଦେବେ । ତେବେ ଏଭଳି ସମୟରେ କିଛି ଅବୋଧ ଲୋକ ତ୍ରୀରଙ୍ଗାକୁ କରିଛନ୍ତି ଅସମ୍ମାନ । ସେ ଜାଣି କରି ହେଉ ବା ଅଜାଣତରେ ଭାରତୀୟ ତ୍ରୀରଙ୍ଗା ପତାକାକୁ ଜଣେ ବ୍ୟକ୍ତି ଅସମ୍ମାନ କରିଥିବା ଏକ ଭିଡିଓ ଭାଇରାଲ ହେଉଛି ।

ସୂଚନା ଅନୁସାରେ ଏହି ଘଟଣା କଟକ ଜିଲ୍ଲା ଚାଉଳିଆଗଞ୍ଜ ଠାରେ ଦେଖିବାକୁ ମିଳିଥିଲା । ଏଠାରେ ଜଣେ ବ୍ୟକ୍ତି ଜଳଖିଆ ପୁଡିଆକୁ ତ୍ରୀରଙ୍ଗା ପାତାକାରେ ବାନ୍ଧି ନେଉଥିବାର କିଛି ଲୋକ ଦେଖିଥିଲେ । ସେଠାରେ ତାଙ୍କୁ ଅଟକାଇ ଏପରି କାହିଁକି କଲ ବୋଲି ପଚାରିଥିଲେ । ତାବେ ବ୍ୟକ୍ତି ଜଣଙ୍କ ଭୁଲ ହୋଯାଇଛି କହି ସେଠାରୁ ଚାଲିଯାଇଥିଲେ । ବର୍ତ୍ତମାନ ଏହି ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ଦେଖିବା ପରେ ଅନେକ ଲୋକ ଏହାକୁ ନିନ୍ଦା କରିଥିବା ଜଣା ପଡିଛି ।