ଉର୍ବଶୀଙ୍କ ମଙ୍ଗଳସୁତ୍ର ଓ ସିନ୍ଦୁର ପିନ୍ଧା ପୋଷ୍ଟକୁ ନେଇ ଟ୍ରୋଲିଙ୍ଗ

0

ମୁମ୍ବାଇ: କିଛିଦିନ ତଳେ ଉର୍ବଶୀ ରାଉତେଲା ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିଲେ । ସେଠାରେ ଅବସ୍ଥାପିତ ଆଗାମୀ ଟି-୨୦ ବିଶ୍ୱକପରେ ରିଷଭ ପନ୍ତଙ୍କୁ ଅନୁସରଣକରି ଅଭିନେତ୍ରୀଙ୍କୁ ଟ୍ରୋଲ କରିଥିଲେ । କାରଣ ଅତୀତରେ ଏହି ଯୋଡି ଶବ୍ଦର କ୍ରିପ୍ଟିକ ଯୁଦ୍ଧରେ ଲିପ୍ତ ରହିଥିଲେ । କୁହାଯାଉଛି କି ଯେଉଁ ଖେଳରେ ରିଷଭ ଖେଳନ୍ତି ସେହି ଖେଳକୁ ଯାଇଥିବା ଅଭିନେତ୍ରୀ ଟ୍ରୋଲ ହୋଇଯାଆନ୍ତି ।

ଅଷ୍ଟ୍ରେଲିଆରେ ପହଁଚିବାର କିଛି ସମୟ ପରେ ଉର୍ବଶୀ ଖେଳ ଖେଳରେ ହିନ୍ଦୁ ବିବାହିତା ମହିଳାଙ୍କ ଲୁକ ନେଇଥିଲେ । ସେଥିରେ ସେ ମଙ୍ଗଳସୁତ୍ର ସହ ସିନ୍ଦୁର ପିନ୍ଧିଥିବାର ଦୃଶ୍ୟ ଦେଖିବାକୁ ମିଳିଛି ପୋଷ୍ଟରେ । ଏହି ପୋଷ୍ଟ ତଳେ ଏକ କ୍ରିପ୍ଟିକ କ୍ୟାପସନ ଲେଖିଛନ୍ତି ଉର୍ବଶୀ । ଯାହା ପ୍ରେମରେ ଜଣେ ମହିଳାଙ୍କ ବିଷୟରେ କୁହାଯାଇଛି । ଏହି ପୋଷ୍ଟରେ ରିସଭ ପନ୍ତଙ୍କୁ ସେ ମେନସନ କରିନାହାନ୍ତି । ହେଲେ ନେଟଜେନ ମାନେ କମେଣ୍ଟ ଦେଇଛନ୍ତି ଯେ, ୱାର୍ଲଡ କପ ପରେ ଆମେ ତୁମକୁ ରିଷଭଙ୍କ ସଙ୍ଗେ ବାହାଘର କରିଦେବୁ , ପ୍ଲିଜ ତାଙ୍କୁ ଖେଳ ଉପରୁ ଡ଼ାଇଭର୍ଟ କରନ୍ତୁନି । ଏପରି କମେଣ୍ଟ ଦେଇଛନ୍ତି ଫଲୋର୍ସ ମାନେ ।

ଉର୍ବଶୀ ଓ ରିଷଭଙ୍କ ମଧ୍ୟରେ ଏକ ବିରାଟ ବଡ ଝଗଡା ହୋଇଥିଲା । ଅଭିନେତ୍ରୀ ଜଣକ ହୋଟେଲ ଲବିରେ ଘଣ୍ଟା ଘଣ୍ଟା ଅପେକ୍ଷା କରିଥିଲେ ହେଲେ ସେ ଖେଳାଳି ଜଣକ ଆସିନଥିବାର କଥା ଉର୍ବଶୀ ଏକ ଇଣ୍ଟରଭିୟୁରେ କହିଥିଲେ । ତାହାପରେ ରିଷବ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ କ୍ରିପ୍ଟିକ କ୍ୟାପସନ ଲେଖିଥିଲେ ଲୋକମାନେ ମଜାଦାର ଲୋକପ୍ରିୟତା ଓ ହେଡଲାଇନ୍ସ ମାରିବା ପାଇଁ ସାକ୍ଷାତକାରରେ ମିଛ କୁହନ୍ତି । ଉର୍ବଶୀ କ୍ରନ୍ଦନ ଇମୋଜିଦେଇ ପୋଷ୍ଟ କରିଥିଲେ “ଛୋଟୁ ଭାୟା ବ୍ୟାଟ ବଲ ଖେଳିବା ଉଚିତ, ମେଁ କୋଇ ମୁନି ନେହି ହୁଁ ବାଦନାମ ହୋନେ, ଏହାପରେ ରକ୍ଷା ବନ୍ଧନ ଶୁଭେଚ୍ଛା ଜଣାଇଥିଲେ ଉର୍ବଶୀ । ଏନେଇ ବର୍ତ୍ତମାନ ନେଟଜୋନ ମାନେ ଟ୍ରୋଲିଙ୍ଗ କରୁଛନ୍ତି ଉର୍ବଶୀଙ୍କୁ ।