୬ଟି ସହରରେ ଆରମ୍ଭ ହୋଇଛି ଟ୍ରୁ ୫ଜି ସେବା

0

ଭୁବନେଶ୍ୱର : ଦେଶର ୫୦ଟି ସହରରେ ଟ୍ରୁ ୫ଜି ସେବା ପ୍ରଚଳନ ସମ୍ପର୍କରେ ରିଲାଏନ୍ସ ଜିଓ ଆଜି ଘୋଷଣା କରିଛି । ଏହାକୁ ନେଇ ଦେଶର ୧୮୪ ସହରରେ ଜିଓ ବ୍ୟବହାରକାରୀ ସମ୍ପ୍ରତି ଜିଓ ଟ୍ରୁ ୫ଜି ସେବା ପାଉଛନ୍ତି । ଏହା ଭିତରୁ ଅଧିକାଂଶ ସହରରେ ପ୍ରଥମ ଅପରେଟର ଭାବରେ ୫ଜି ସେବା ରିଲାଏନ୍ସ ଜିଓ ପ୍ରଚଳନ କରିଛି । ଏହି ସହରଗୁଡିକରେ ଥିବା ଜିଓ ବ୍ୟବହାରକାରୀମାନଙ୍କୁ ବିନା କୌଣସି ଅତିରିକ୍ତ ଦେୟରେ ୧ ଜିବିପିଏସ୍+ ସ୍ପିଡ୍ ପର୍ୟ୍ୟନ୍ତ ଅସୀମିତ ଡାଟା ବ୍ୟବହାର କରିବା ନିମନ୍ତେ ଜିଓ ୱେଲକମ ଅଫରକୁ ଆମନ୍ତ୍ରଣ କରାଯିବ, ଯାହାକି ଆଜିଠାରୁ ଆରମ୍ଭ ହେଉଛି । ଓଡ଼ିଶାରେ ଜିଓ ଟ୍ରୁ ୫ଜି ଆଜି ବାଲେଶ୍ୱର, ବାରିପଦା, ଭଦ୍ରକ, ଝାରସଗୁଡା, ପୁରୀ ଏବଂ ସମ୍ବଲପୁର ଭଳି ଆଉ ୬ଟି ସହରରେ ଆରମ୍ଭ ହୋଇଛି । ଏଥିସହିତ ଓଡ଼ିଶାର ୧୦ଟି ପ୍ରମୁଖ ସହରରେ ସମ୍ପ୍ରତି ଜିଓ ଟ୍ରୁ ୫ଜି ସେବା ଉପଲବ୍ଧ ହେଉଛି । ପୂର୍ବରୁ ଜିଓ ଟ୍ରୁ ୫ଜି ସେବା ଭୁବନେଶ୍ୱର, କଟକ, ରାଉରକେଲା ଏବଂ ବ୍ରହ୍ମପୁର ସହରରେ ପ୍ରଚଳନ କରାଯାଇସାରିଛି ।