ଉଦାସ ହୋଇ ସୋସିଆଲ ମିଡ଼ିଆରୁ ପୋଷ୍ଟ ଡିଲିଟ କଲେ ଅଭିନେତ୍ରୀ ନିକ୍କି

ଟିଭି ଅଭିନେତ୍ରୀ ନିକ୍କି ଶର୍ମା ସବୁବେଳେ କିଛିନା କିଛି କାରଣ ପାଇଁ ଚର୍ଚ୍ଚାରେ ରହିଆସିଛନ୍ତି

0

(ମୁମ୍ବାଇ) : ଟିଭି ଅଭିନେତ୍ରୀ ନିକ୍କି ଶର୍ମା ସବୁବେଳେ କିଛିନା କିଛି କାରଣ ପାଇଁ ଚର୍ଚ୍ଚାରେ ରହିଆସିଛନ୍ତି । ତେବେ ନିକଟରେ ନିକ୍କି ତାଙ୍କ ସୋସିଆଲ ମିଡିଆରେ ଥିବା ସମସ୍ତ ପୋଷ୍ଟକୁ ଡିଲିଟ୍ କରିଦେଇଛନ୍ତି । ପୋଷ୍ଟଗୁଡିକ ଡିଲିଟ୍ କରିବା ପରେ ସେ ଏକ କ୍ରିପ୍ଟିକ୍ ମେସେଜ୍ ଲେଖିଛନ୍ତି।

 ଅଭିନେତ୍ରୀ ଭଲ ମନୋଭାବରେ ନାହାଁନ୍ତି ଏବଂ ସେ ଉଦାସ ଅଛନ୍ତି । କିନ୍ତୁ ତାଙ୍କର ଜଣେ ସାଥୀ ଅଭିନେତା କହିଛନ୍ତି ଯେ ନିକ୍କି ସମ୍ପୂର୍ଣ୍ଣ ଭଲ ଅଛନ୍ତି ଏବଂ ନିଜର ଯତ୍ନ ନେଉଛନ୍ତି । ତେବେ ନିକ୍କି ଏପରି କାହିଁକି କରିଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
.’


ମେସେଜରେ ନିକ୍କି ଲେଖିଛନ୍ତି, ‘ମୁଁ ଚେଷ୍ଟା କରିଛି କିନ୍ତୁ ଥକି ଯାଇଛି। ଏବେ ମୁଁ ମୋର ନିଜ ଚିନ୍ତାଧାରାରୁ ମୁକ୍ତ ହେବାକୁ ଚାହୁଁଛି।’ ଏହା ପରେ ଅଭିନେତା ଅଭିଷେକ ଭାଲେରୋ ଟ୍ୱିଟ୍ କରି ଲେଖିଛନ୍ତି, ‘ମୋ ସହ ଅଭିନେତ୍ରୀ ଇନଷ୍ଟାଗ୍ରାମରୁ ସମସ୍ତ ପୋଷ୍ଟ ଡିଲି୍ଟ କରି କେବଳ ଷ୍ଟୋରି ଉପରେ ଏକ ମେସେଜ ଲେଖିଛନ୍ତି। ତାଙ୍କ ସହ କଥାବାର୍ତ୍ତା କରିବାକୁ ମୁଁ ଚେଷ୍ଟା କରୁଛି । ମୁଁ ତାଙ୍କ ସହ ଇମେଲ ଏବଂ ମେସେଜ ମାଧ୍ୟମରେ କଥା ହେବା ପାଇଁ ଅନେକ ଥର ଚେଷ୍ଟା କରିଛି, କିନ୍ତୁ ସେ ତାଙ୍କ ସହ ସମ୍ପର୍କ ହୋଇପାରିନାହିଁ।