ଜାନୁୟାରୀ ୧ରୁ ମହଙ୍ଗା ହେବ ଟିଭି,ଫ୍ରିଜ ଓ ୱାଶିଂ ମେସିନ …

0

(ମମତା ସାମଲ): ଆଉ ମାତ୍ର ଦୁଇ ଦିନ ପରେ ଆରମ୍ଭ ହେବ ନବ ବର୍ଷ ୨୦୨୧। ୨୦୨୧ ଆରମ୍ଭରୁ ହିଁ ଟିଭି,ଫ୍ରିଜ ଏବଂ ୱାଶିଂ ମେସିନ ଭଳି କିଛି ଗୃହ ଉପକରଣର ଦାମ ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି । ଏବେ ଭାରତରେ ଏଲଇଡି ଟିଭିର ଚାହିଦା ବୃଦ୍ଧି ପାଇବାରେ ଲାଗିଛି ।ସୂଚନାଅନୁସାରେ, ୨୦୨୧ରେ ଏହି ଘରୋଇ ଉପକରଣରେ ବ୍ୟବହୃତ ହେଉଥିବା ସାମଗ୍ରୀ ମୂଲ୍ୟ ବୃଦ୍ଧି ପାଇବ । ଟିଭି,ଫ୍ରିଜ,ଦାମୀ କାର,ୱାଶିଂ ମେସିନ,ଏଲପିଜି ଗ୍ୟାସ ଦର ପ୍ରାୟ ୧୦ ପ୍ରତିଶତ ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି ।
ଆସନ୍ତା ୧ରୁ ଆପଣ ଯଦି ଲ୍ୟାଣ୍ଡଲାଇନରୁ ମୋବାଇଲକୁ କଲ କରିବେ ମୋବାଇଲ ନମ୍ବର ଆଗରୁ ଶୂନ ଲଗାଇ ଡାଏଲ କରିବାକୁ ପଡିବ । ଟୋଲଗେଟରେ ନଗଦ ଟଙ୍କା ବ୍ୟବସ୍ଥା ଆଉ ରହିବନି । ଟୋଲଗେଟରେ କେବଳ ଫାଷ୍ଟଟ୍ୟାଗ ଦ୍ୱାରା ହିଁ ଟୋଲ ଫି ଦେଇ ହେବ । ୟୁପିଆଇ ଦ୍ୱାରା କଣ୍ଟାକ୍ଟଲେସ ପେମେଣ୍ଟ ସୀମା ୨୦୦୦ ଟଙ୍କାରୁ ୫ ହଜାର ଟଙ୍କା ହୋଇଯିବ । ଏପରିକି ଜିଏସଟି ରିଟର୍ଣ୍ଣ ଜମା କରିବା ତାରିଖ ମଧ୍ୟ ବଦଳିବ । ଜାନୁୟାରୀ ୧ରୁ ଆପଣଙ୍କ ଜୀବନପ୍ରଣାଳୀରେ ଏପରି ପରିବର୍ତ୍ତନ ଘଟିବ । ଏହା ପାଇଁ ଆପଣ ପ୍ରସ୍ତୁତ କି …?