ବାର୍ଷିକ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ତାଲିକାରେ ସ୍ଥାନ ପାଇଲେ ୨୭ ଖେଳାଳି

0

ନୂଆଦୀଲ୍ଲି: ଖେଳାଳିମାନଙ୍କର ବାର୍ଷିକ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ତାଲିକା ଜାରିକରିଛି ବିସିସିଆଇ । ଏଥିରେ ୪ଟି ଗ୍ରେଡ କରିଛି ବିସିସିଆଇ । ଯେଉଁଥିରେ ଖେଳାଳିଙ୍କୁ A+, A, B, C ଗ୍ରେଡରେ ବିଭକ୍ତ କରାଯାଇଛି । ଅଉ ଏହି A+ ଗ୍ରେଡରେ ଖେଳାଳିଙ୍କୁ ବାର୍ଷିକ ୭ କୋଟି ଟଙ୍କା ଏବଂ ଏ, ବି, ସି ଖେଳାଳିଙ୍କୁ ଯଥାକ୍ରମେ ୫ କୋଟି, ୩ କୋଟି, କୋଟିଏ ଟଙ୍କା ମିଳିବ। ଏହି A+ ଗ୍ରେଡରେ ଅଧିନାୟକ ରୋହିତ ଶର୍ମାଙ୍କ ସହିତ ଜଶପ୍ରୀତ ବୁମରାହ ଓ ବିରାଟ କୋହଲି ସ୍ଥାନ ପାଇଛନ୍ତି । ଗତଥର ୨୮ ଜଣ ଖେଳାଳିଙ୍କୁ ଏହି ତାଲିକାରେ ସ୍ଥାନ ମିଳିଥିଲା। କିନ୍ତୁ ଏଥର ୨୭ ଜଣ ଖେଳାଳିଙ୍କୁ ସ୍ଥାନ ମିଳିଛି।
A+ ଗ୍ରେଡରେ ୭ କୋଟି ଟଙ୍କା ସହ ରୋହିତ ଶର୍ମା, ବିରାଟ କୋହଲି, ଜସପ୍ରୀତ ବୁମରା ସ୍ଥାନ ପାଇଛନ୍ତି । ଏଥି ସହ ଗ୍ରେଡ Aରେ ୫ କୋଟି ଟଙ୍କା ସହ ରବିଚନ୍ଦ୍ରନ ଅଶ୍ୱିନୀ, ରବିନ୍ଦ୍ରଜାଡେଜା, କେଏଲ ରାହୁଏ ମହମ୍ମଦ ସାମି, ଋଷଭ ପନ୍ତ ଓ ଗ୍ରେଡ Bରେ ୩ କୋଟି ଟଙ୍କାସହ ଚେତେଶ୍ୱର ପୂଜାରା, ଆଜିଙ୍କ୍ୟ ରାହାଣେ, ଅକ୍ଷର ପଟେଲ, ଶାର୍ଦ୍ଦୁଲ ଠାକୁର, ଶ୍ରେୟସ ଆୟର, ମହମ୍ମଦ ସିରାଜ, ଈଶାନ୍ତ ଶର୍ମା ଏବଂ ଗ୍ରେଡ Cରେ ୧ କୋଟି ଟଙ୍କା ସହ ଶିଖର ଧଓ୍ଵନ, ଉମେଶ ଯାଦବ, ଭୁବନେଶ୍ୱର କୁମାର, ହାର୍ଦ୍ଦିକ ପାଣ୍ଡ୍ୟା, ଓ୍ଵାଂଶିଟନ ସୁନ୍ଦର, ଦୀପକ ଚହର, ଶୁଭମନ ଗିଲ୍, ହନୁମା ବିହାରୀ, ଯୁଜବେନ୍ଦ୍ର ଚହଲ, ସୂର‌୍ୟ୍ୟକୁମାର ଯାଦବ, ଋିଦ୍ଧିମାନ ଶାହ, ମୟଙ୍କ ଅଗଓ୍ଵାଲ ସ୍ଥାନ ପାଇଁ ଛନ୍ତି ।