ଦୁଇ ବାଇକ ମୁଁହାମୁଁହି ଧକ୍କା ! ଜଣେ ମୃତ ଓ ଜଣେ ଆହତ

0

(ହିଂଜିଳି  / ରଜନୀ କାନ୍ତ ପାତ୍ର) : ଆଜି ଅପରାହ୍ନ ସମୟରେ (TS08HB6728) ନମ୍ବର ଏକ ୟାମାଃ ବାଇକରେ ସୂର୍ୟ୍ୟ କାନ୍ତ ମହାନ୍ତି (୨୭)ନନ୍ଦିକ ଛକ ରୁ ହିଂଜିଳିକାଟୁ ଅଭିମୁଖେ ଆସୁଥିବା ବେଳେ ଗାଡିର ଚକା ଲିକ ହୋଇ ଭାରସାମ୍ୟ ହରାଇ ପଡିଯାଇଥିଲେ।ଠିକ ସେହି ସମୟରେ ଠିକ ବିପରୀତ ଦିଗରୁ (CG10 6142)ଏକ ହିରୋ ହୁଣ୍ଡା ଗାଡ଼ିରେ ଜଣେ ଆସୁଥିବା ସମୟରେ ଧକ୍କା ହୋଇ ଯାଇଥିଲା। ସେଠାରେ ସୂର୍ୟ୍ୟକାନ୍ତ ମହାନ୍ତି ଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ଅଛନ୍ତି।ଆହତ ବ୍ୟକ୍ତି ଜଣକ ଅଚେତ ଅବସ୍ଥାରେ ଥିବା ଯୋଗୁଁ ତାଙ୍କର ପରିଚୟ ମିଳି ପାରିନାହିଁ। ମୃତ ବ୍ୟକ୍ତି କଣ୍ଟେଇକୋଳି ଗ୍ରାମର ସୂଚନା ମିଳିଥିବା ବେଳେ ସେ ଫ୍ଲିପକାର୍ଟ ଡେଲିଭରୀ ଵଏ ଭାବେ କାମ କରୁଥିଲେ। ଘଟଣା ସ୍ଥଳରେ ହିଂଜିଳି ପୋଲିସ ପହଁଚି ଦୁଇ ବାଇକକୁ ଜବତ କରିବା ସହ ସେମାନଙ୍କୁ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି।