ପୁରୀ/ ଜୟନ୍ତ କୁମାର ସେଠି:ଚନ୍ଦନପୁର ବଜାରରେ ବ୍ୟାଙ୍କ ଅଫ ଇଣ୍ଡିଆ ନିକଟରେ ଭୟଙ୍କର ଅଗ୍ନିକାଣ୍ଡ । ଗତକାଲି ବିଳମ୍ବିତ ରାତିରେ ସଟ ସର୍କିଟ ଦ୍ୱାରା ଦୁଇଟି କ୍ୟାବିନ ଜଳି ଯାଇଛି । ତେବେ ନିଆଁ ଲାଗି ଜଳିଯାଇଥିବା କ୍ୟାବିନ ସ୍ଥାନୀୟ ବାସିନ୍ଦା ମନ୍ୁ ଜେନାଙ୍କର ଟିଭି ଦୋକାନ ,ପ୍ରସନ୍ନ ମହାପାତ୍ରଙ୍କ ଗ୍ୟାରେଜ ଥିବ ଜଣାପଡିଛି । ତେବେ ଏଥିରେ ଏ ପର୍ଯ୍ୟନ୍ତ କେତେ କ୍ଷଥି ହୋଇଛି ତାହା ଏ ପର୍ଯ୍ୟନ୍ତ ଜଣା ପଡିନାହିଁ । ସଟ ସର୍କିଟ ପାଇଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଅଛି । ସୂଚନାମୁତାବକ, ସ୍ଥାନୀୟ ଲୋକ ଓ ଅଗ୍ନିଶମ ବାହିନୀଙ୍କ ସହାୟତାରେ ନିଆଁ କୁ ଆୟତ୍ତ କରା ଯାଇଥିବା । ତେବେ ଏହି ଘଟଣାରେ କେହି ଆହତ ହୋଇ ନାହାନ୍ତି।