ଭୁବନେଶ୍ବର: ନାମିବିଆରୁ ଭାରତ ଆସିଥିବା ଚିତାଙ୍କର ଆଉ ଦୁଇଟି ଛୁଆ ଆଜି ଆଖି ବୁୁଜିଛନ୍ତି । ଗତ ମେ ୨୩ ତାରିଖରେ ଗୋଟିଏ ଶାବକ ଆଖି ବୁଜିବା ପରେ ଆଜି ଆଉ ଦୁଇଟି ଛୁଆ ମୃତ୍ୟୁବରଣ କରିଛନ୍ତି । ସୂଚନା ମୁତାବକ ଜ୍ୱାଲା ନାମକ ଚିତା ୪ଟି ଶାବକ ଜନ୍ମ ଦେଇଥିଲା । ହେଲେ ଏହା ପରେ ଗୋଟିଏ ଶାବକ ଆଖି ବୁଜିଦେଇଥିଲା । ଏପରି ସ୍ଥିତିକୁ ଦେଖି ସେତେବେଳେ ଅନ୍ୟ ୩ଟି ଛୁଆର ଦେଖାରଖା ଆରମ୍ଭ କରିଦେଇଥିଲେ ବନ କର୍ମଚାରୀ । ହେଲେ ସେହି ୩ ଶାବକଙ୍କ ଭିତରୁ ଆଜି ଆଉ ୨ଟି ଛୁଆଙ୍କର ମୃତ୍ୟୁ ହୋଇଛି ।