ପୋଖରୀରେ ବୁଡ଼ି ୨ ଯାଁଳା ଶିଶୁ ମୃତ

0

କଳାହାଣ୍ଡି: ଗୋଲମୁଣ୍ଡା ବ୍ଲକ ମହାଲିଙ୍ଗ ଗାଁରେ ପୋଖରୀରେ ବୁଡି ଯାଆଁଳା ଭାଇଙ୍କ ମୃତ୍ୟୁ । ଦୁଇ ଭାଇ ଖେଳୁଥିବାବେଳେ ଘର ପାଖ ପୋଖରୀକୁ ଖସି ପଡିଥିଲେ । ସେପଟେ ଦୁଇ ଭାଇ ପୋଖରୀରେ ବୁଡିଯାଉଥିବାବେଳେ ଦେଖିଥିଲେ ପରିବାର ଲୋକ । ପରେ ଉଭୟଙ୍କୁ ଗୁରୁତ୍ୱପୂର୍ଣ୍ଣ ଅବସ୍ଥାରେ ଉଦ୍ଧାର କରିଥିଲେ । ପରେ ମେଡିକାଲକୁ ନେଇଯାଇଥିଲେ । ମେଡିକାଲରେ ଉଭୟଙ୍କ ମୃତ୍ୟୁ ଘଟିଥିବା ଡାକ୍ତର ଘୋଷଣା କରିଥିଲେ । ମୃତକ ଦୁଇ ଭାଇ ହେଲେ ମହାଲିଙ୍ଗ ଗାଁର ରୋହିତ ସାହୁଙ୍କ ଦୁଇ ପୁତ୍ର । ୫ବର୍ଷର ଦୁଇ ପୁଅ ପୀୟୂଷ ସାହୁ ଓ ୟସ ସାହୁଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଅକାଳରେ ଦୁଇ ଯାଆଁଳା ଭାଇଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି ପରିବାର ଲୋକ ।