କୋଟପାଡ଼:କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ଅନ୍ତର୍ଗତ ବତାସନା ପଂଚାୟତର ପଟ୍ରଗୁଡା ଗ୍ରାମରେ ଏକ ଅଭାବନିୟ ଘଟଣା ଘଟିଯାଇଛି| ବଜ୍ରପାତ ପଡ଼ି ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି | ସୂଚନାନୁସାରେ ପଟ୍ରଗୁଡା ଗ୍ରାମର ମୁନି ସମରଥଙ୍କ ପତ୍ନୀ କମଳା ସମରଥ(ବୟସ ୨୯) ଓ ପର୍ଶୁରାମ ସମରଥ ଙ୍କ ପତ୍ନୀ ଦୈମତି ସମରଥ(ବୟସ ୩୦)ଙ୍କ ବଜ୍ରାଘାତରେ ମୃତ୍ୟୁବରଣ ଘଟିଛି |ନିଜ ଜମିରେ କାମ କରୁଥିବା ସମୟରେ ବଜ୍ରାଘାତ ହୋଇଥିଲା ଓ ଘଟଣା ସ୍ଥଳରେ ହିଁ ଦୁହିଁଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଅଛି |
ସମ୍ପର୍କରେ ଦୁଇ ଜଣ ଯାକ ‘ଜା’ ହୋଇଥିବା ବେଳେ, ଗୋଟିଏ ପରିବାରର ବୋହୁ ବୋଲି ଜଣାଯାଇଅଛି |ଦୁଇ ବୋହୁଙ୍କ ମୃତ୍ୟୁର ଖବର ଶୁଣିବା ପରେ ପରିବାର ସମେତ ଆଖ ପାଖ ଅଞ୍ଚଳରେ ଶୋକର ଛାୟା ଖୋଳି ଯାଇଛି |ଘଟଣା ସ୍ଥଳରେ କୋଟପାଡ଼ ଥାନାଧିକାରୀ ଶ୍ରୀ ଶେଷଦେବ ବେହେରା, ଏସଆଇ ଶ୍ରୀ ସୁନୀଲ ସ୍ୱାଇଁ, ଏସଆଇ ଶ୍ରୀମତୀ ଚନ୍ଦ୍ରପ୍ରଭା ମହାନ୍ତିଙ୍କ ସହ ଡାକ୍ତରୀ ଟିମ ପହଂଚିଥିଲେ |ପୂର୍ବତନ କୋଟପାଡ଼ ବିଧାୟକ ଶ୍ରୀ ଚନ୍ଦ୍ର ଶେଖର ମାଝୀ, ବତାସନା ସରପଞ୍ଚ ଘଟଣା ସ୍ଥଳକୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିବା ଜଣାଯାଇଛି|