ଝରୀଗାଁ/ବସନ୍ତ ସାହୁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍, ଚଚା ପଞ୍ଚାୟତ ଅନ୍ତର୍ଗତ ଗବାଗୁଡ଼ା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ମିଳିଥିବା ସୂଚନା ଅନୁସାରେ ଘର ନିକଟ ସତିଘାଟ ନଦୀ ତୁଠରେ ସ୍ନାନ କରିବାକୁ ଯାଇ ଦୁଇ ଝିଅ ପାଣିରେ ବୁଡି ମୃତ୍ୟୁ ହୋଇଥିବା ଜଣାପଡିଛି।ମୃତା ଝିଅ ହେଲେ ରଶ୍ମିତା ଗୋପାଳ (୧୫) ପିତା ସୈନିକ ଗୋପାଲ ଏବଂ ରୁପେନ୍ଦ୍ରି ଗୋପାଲ (୧୨) ପିତା ସାଧୁ ଗୋପାଲ। ସମ୍ପର୍କରେ ଦୁଇ ଭାଇଙ୍କ ଦୁଇ ଝିଅ ଗୋଟିଏ ପରିବାରରୁ ଅକାଳ ବିୟଗୋ ହୋଇଛି। ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଝରୀଗାଁ ପୋଲିସ ଏ ଏସ ଆଇ ଶ୍ରୀ ପ୍ରମୋଦ କୁମାର ଖଣ୍ଡୁଆଳଙ୍କ ନେତୃତ୍ୱରେ ପୋଲିସ ଟିମ ଘଟଣା ସ୍ଥଳରେ ପହଂଚି ଶବ ବ୍ୟବଛେଦ ନିମନ୍ତେ ଝରୀଗାଁ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଟେଇବା ସହ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି l