ରାଇରଙ୍ଗପୁର(ସତ୍ୟନାରାୟଣ ପାଲ):ଜାତୀୟସ୍ତରୀୟ ବ୍ୟାଟମିଟନ ପ୍ରତିଯୋଗିତା ରେ ଭାଗନେବେ ରାଇରଙ୍ଗପୁର ର ମନିସ ପାଲ ଓ ବଦ୍ରି ଗିରି। କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ତରଫରୁ ନୂଆଦିଲ୍ଲୀ ଠାରେ ଆୟଜନ ହେବାକୁ ଯାଉଛି ଜାତୀୟସ୍ତରୀୟ ବ୍ୟାଟମିଟନ ପ୍ରତିଯୋଗିତା। ଏହି ପ୍ରତିଯୋଗିତା ଚଳିତ ମାସ ୧୭ତାରିଖରୁ ୨୧ତାରିଖ ପର୍ଯନ୍ତ ଚାଲିବ। କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଭୁବନେଶ୍ଵର ତରଫ ରୁ ବାଳକ ବିଭାଗର ୧୨ଜଣିଆ ବ୍ୟାଟମିଟନ ଦଳ ନୂଆଦିଲ୍ଲୀ ଠାରେ ହେବାକୁ ଥିବା ଜାତୀୟସ୍ତରୀୟ ବ୍ୟାଟମିଟନ ପ୍ରତିଯୋଗିତାରେ ଭାଗନେବାକୁ ଯାଉଛନ୍ତି।
ଏହି ବ୍ୟକ୍ଷଡମିଟନ ଦଳରେ ମୟୁରଭଂଜ ଜିଲ୍ଲାର ରାଇରଙ୍ଗପୁର ସ୍ଥିତ ମହୁଲଡିହା କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ର ମନୀଷ ପାଲ (୧୪)ଓ ବଦ୍ରି ପ୍ରସାଦ ଗିରି (୧୪) ସାମିଲ ହଇଛନ୍ତି। ବଦ୍ରି ପ୍ରସାଦ ଗିରି ର ବାପା ବିଜୟ କୁମାର ଗିରି ଜଣେ ପୋଲିସ କର୍ମଚାରୀ ଅଛନ୍ତି ଏବଂ ମନୀଷ ପାଲ ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ମହୁଲଡିହକ୍ଷର ବାସିନ୍ଦା ପୁଅ ଅଟନ୍ତି। ଏମାନେ ୧୫ତାରିଖ ଦିନ ଭୁବନେଶ୍ୱରରୁ ସକାଳ ୭ଟା ୧୫ମିନିଟରେ ରାଜଧାନୀ ଏକ୍ସପ୍ରେସରେ ନୂଆଦିଲ୍ଲୀ କୁ ଗ୍ରସ୍ତ କରିବେ। ନୂଆଦିଲ୍ଲୀ ରୁ ୨୨ତାରିଖ ଦିନ ଫେରିବାର କାର୍ଯ୍ୟକ୍ରମ ରହିଥିବା ଜଣପଡିଛି ।