ସ୍କୁଲଗେଟ୍ ଭୁସୁଡି ଯିବାରୁ ୨ଜଣଙ୍କର ମୃତ୍ୟୁ

0

ରାଉଲକେଲା:ହଠାତ୍ ଭୁଶୁଡ଼ି ପଡ଼ିଲା ସ୍କୁଲ ଗେଟ୍। ଏହା ତଳେ ଚାପି ହୋଇ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଏପରି ଅଘଟଣ ଗତକାଲି ରାତିରେ ରାଉରକେଲା ସେକ୍ଟର ୯ ଅଞ୍ଚଳରେ ଥିବା ଏକ ଘରୋଇ ସ୍କୁଲରେ ଘଟିଛି । ମୃତକଦ୍ୱୟ ହେଲେ ସ୍କୁଲର ସିକ୍ୟୁରିଟି ଗାର୍ଡ ଗାନ୍ଧୀରାମ ରାଉତ ଓ ଅନ୍ୟ ଜଣେ ୧୬ ବର୍ଷୀୟ ନାବାଳକ ସୁରେଶ ଚୌଧୁରୀ। ସ୍କୁଲଗେଟ୍ ଭୁସୁଡି ଯିବାରୁ ତାଙ୍କ ଉପରେ ପଡିଯାଇଥିଲା ହଠାତ୍ ସେମାନଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ଆରଜିଏଚ୍ ମେଡିକାଲ ନେଇଥିଲେ। ସେଠାରେ ଡାକ୍ତର ଗାନ୍ଧୀରାମଙ୍କୁ ମୃତ ଘୋଷଣା କରିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ସୁରେଶଙ୍କ ମୃତ୍ୟୁ ହୋଇଛି। ଉଭୟ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି।ପୁଲିସ୍ ପହଞ୍ଚି ଘଟଣାର ଛାନଭିନ୍ କରୁଛି। ଏହି ଘଟଣା ପରେ ସ୍କୁଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରୁ ନଥିବା ବେଳେ ଆଜି ସ୍କୁଲକୁ ଛୁଟି କରି ଦିଆଯାଇଛି।