ଓଡିଶା

ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଲେ ଦୁଇ ପର୍ଯ୍ୟଟକ

(ଜୟନ୍ତ କୁମାର ସେଠୀ /ପୁରୀ): ପୁରୀ ସମୁଦ୍ରରେ ପୁଣି ଅଘଟଣ । ୨ ଜଣ ପର୍ୟ୍ୟଟକ ସମୁଦ୍ର ସ୍ନାନ ବେଳେ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତି ଯାଇଛନ୍ତି। ସମୁଦ୍ର ସ୍ନାନ ବେଳେ ଉଚ୍ଚ ଲହଡି ଯୋଗୁଁ ଭାରସାମ୍ୟ ହରାଇ ସମୁଦ୍ର ଭିତରକୁ ଭାସି ଯାଇଥିଲେ। ତେବେ ସେଠାରେ ଉପସ୍ଥିତ ଥିବା ଲାଇଫ ଗାର୍ଡ ମାନେ ସଂଗେ ସଂଗେ ସମୁଦ୍ର ଜଳ ଭିତରେ ପ୍ରବେଶ କରି ଦୁଇ ପର୍ୟ୍ୟଟକଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର ହୋଇଥିବା ପର୍ଯ୍ୟଟକମାନେ ହେଲେ ଛତିଶଗଡ଼ ରାୟପୁରର ଅଗ୍ନି ସାହୁ ଓ ଛତିଶଗଡ଼ ଦୁର୍ଗର କରଣ ସିଂ। ଉଭୟଙ୍କୁ ଉଦ୍ଧାର ପରେ ପୁରୀ ମେଡ଼ିକାଲରେ ପ୍ରାଥମିକ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ତେବେ ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି।

Related posts

ଫୋନ୍ କଲରେ ଲୋକଙ୍କୁ ମିଳିବ ଖାଇବା

Report

ଶଟଡାଉନ: ପ୍ରତ୍ୟେକଙ୍କ ଟେଷ୍ଟିଂ ପାଇଁ ହେଉଛି ଦାବି

Report

ରବୀନ୍ଦ୍ର ମଣ୍ଡପରେ ପାଳିତ ହେବ ଜାତୀୟ ମତଦାତା ଦିବସ

Report

Leave a Comment