ନାରାୟଣପାଟଣା: ଟନେଲ୍ରେ କାମ ଚାଲିଥିବା ବେଳେ ହଠାତ୍ ମାଟି ଅତଡା ଖସିଥିଲା। ମାଟି ତଳେ ଚାପି ହୋଇ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏ ଅଭାବନୀୟ ଘଟଣା ଘଟିଛି କୋରାପୁଟ- ରାୟଗଡ଼ା ରେଳ ଲାଇନରେ। ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଚାଲିଛି। ମୃତକ ମାନେ ହେଲେ ବୁର୍ଜା ଗାଁର ରବି ପ୍ରେପେକା ଓ ଆସାମ ରାଜ୍ୟର ଜହରୁଦ୍ଦିନ । ସୂଚାନୁସାରେ , କୋରାପୁଟ- ରାୟଗଡ଼ା ରେଳ ଲାଇନର ଡବ୍ଲିଂ କାମ ଚାଲିଛି।
ଲକ୍ଷ୍ମୀପୁର ବ୍ଲକ କୁଶୁମୁଗୁଡ଼ା -୨ ନମ୍ୱର ଟନେଲରେ କାମ ଚାଲିଥିଲା। ଠିକ୍ ସେହି ସମୟରେ ହଠାତ୍ ମାଟି ଅତଡା ଖସି ଥିଲା। ଫଳରେ ମାଟି ତଳେ ଚାପି ହୋଇଯାଇଥିଲା ଲକ୍ଷ୍ମୀପୁର ଥାନା । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଲକ୍ଷ୍ମୀପୁର ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ତଦନ୍ତ ପରେ ଜଣାପଡିବା କେତେ ଜଣ ଥିଲେ, କାହାର କଣ ହୋଇଛି ?