୨୦୨୨ରେ ୟୁଏଇର ରୋଭର ଅଭିଯାନ

0

ଦୁବାଇ: ମହାକାଶ ଅଭିଯାନରେ ସାମିଲ ହେଲା ୟୁଏଇ । ୨୦୨୨ ସୁଦ୍ଧା ଚନ୍ଦ୍ରକୁ ରୋଭର ପଠାଇବାକୁ ଯାଉଛି ୟୁଏଇ । ଏନେଇ ଜାପାନ ସହ ଚୁକ୍ତି କରିଛି । ଚନ୍ଦ୍ର ଅଭିଯାନ ପାଇଁ ୟୁଏଇ ପକ୍ଷରୁ ହୋଇଥିବା ଯୋଜନାରେ ମହାକାଶକୁ ରୋଭର ଯାତ୍ରା ସମୟରେ ଓୟାର୍ଡ କମ୍ୟୁନିକେସନ ଓ ଶକ୍ତି ଯୋଗାଣ ହେବ । ଚନ୍ଦ୍ର ପୃଷ୍ଠରେ ଅବତରଣ ପରେ ଓୟାରଲେସ କମ୍ୟୁନିକେସନ ଯୋଗାଯିବ ବୋଲି ଜାପାନର ମହାକାଶ କମ୍ପାନୀ ଆଇସ୍ପେଶ ପକ୍ଷରୁ କୁହାଯାଇଛି।

ପୂର୍ବରୁ ୟୁଏଇ ପକ୍ଷରୁ ପ୍ରଥମ ମହାକାଶ ଅଭିଯାନରେ ଏକ ରକେଟ ଫେବୃଆରୀ ମାସରେ ମଙ୍ଗଳର କକ୍ଷପଥରେ ପ୍ରବେଶ କରିବାରେ ସକ୍ଷମ ହୋଇଥିଲା । ଏହି ଅଭିଯାନକୁ ଏମିରେଟ୍ସ ସ୍ପେଶ ଏଜେନ୍ସି ସମ୍ପାଦନ କରିଥିଲା । ମହାକାଶ ଯାନ ହୋପ ଅର୍ବିଟର ୨୦୨୦ ଜୁଲାଇରେ ପଠାଯାଇଥିବା ବେଳେ ଏହା ଚଳିତ ବର୍ଷ ଫେବୃଆରୀ ୯ରେ ମଙ୍ଗଳରେ ପହଞ୍ଚିଥିଲା । ଏହି ମହାକାଶ ଅଭିଯାନର ଡିଜାଇନ, ଡେଭଲପମେଣ୍ଟ ଓ ଅପରେସନ ଆଦି କାର୍ଯ୍ୟର ନେତୃତ୍ୱ ନେଇଥିଲା ମହମ୍ମଦ ବିନ ରଶିଦ ସ୍ପେଶ ସେଣ୍ଟର ।