ଜନ୍ମଭୂମିକୁ ଫେରିଥିବା ଛାତ୍ରଛାତ୍ରୀ ବଖାଣିଲେ ଯାତ୍ରା ସମୟର ଛାତିଥରା ଅନୁଭୂତି

0

ନୂଆଦିଲ୍ଲୀ: ୟୁକ୍ରେନ ଓ ଋଷ ମଧ୍ୟରେ ଚାଲିଛି ଘମାଘୋଟ ଯୁଦ୍ଧ ।ଏହି ଯୁଦ୍ଧ ପରିସ୍ଥିତିରେ ପ୍ରାୟ ହଜାରରୁ ଉର୍ଦ୍ଧ୍ୱ ଭାରତୀୟ ଫସି ରହିଛନ୍ତି । ଫସି ରହିଥିବା ଭାରତୀୟଙ୍କ ଉଦ୍ଧାର ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ଏହାରି ଭିତରେ ଅନେକ ଭାରତୀୟ ଛାତ୍ରଛାତ୍ରୀ ଭୟାବହ ପରିସ୍ଥିତିରୁ ମୁକୁଳି ନିଜର ଭିଟାମାଟିକୁ ଫେରି ଆସିଛନ୍ତି । ଲକ୍ଷ୍ମୌର ଆକାଂକ୍ଷା ଚୌରସିଆ ଓ ଜୁନୈଦ ଅଂସାରି ନିଜ ଘରକୁ ପରିବାର ପାଖକୁ ସୁରକ୍ଷିତ ଫେରି ଆସିଛନ୍ତି। ତେବେ କିଭଳି ଥିଲା ୟୁକ୍ରେନରୁ ଭାରତୀୟ ଫେରିବାର ଯାତ୍ରା କିଭଳି ଥିଲା ସେ ନେଇ ଦୁହେଁ ବଖାଣିଲା ବେଳକୁ ସେମାନଙ୍କ ଆଖି ଭରି ଯାଇଥିଲା । ଲୋମମୂଳ ଟାଙ୍କୁରି ଉଠୁଥିଲା । ଭାରତକୁ ଫେରିଆସିଥିବା ଆକାଂକ୍ଷା ଚୌରସିଆ କହିଛନ୍ତି, ସେଠାରେ ପ୍ରତିମୂହର୍ତ୍ତରେ ଆକ୍ରମଣ ଜାରି ରହିଛି ।। ଆମେ ନିଜେ ଏକ ବସ କରି ନିଜ ଦାୟିତ୍ବରେ ବାହାରି ପଡ଼ିଥିଲୁ। ରୋମାନିୟନ ସୀମାରେ ଏବେ ବି ପାଖାପାଖି ଦୁଇହଜାର ଲୋକ ଫସି ରହିଛନ୍ତି। ୟୁକ୍ରେନ ପକ୍ଷରୁ ଏଭଳି ଫସିଥିବା ଲୋକଙ୍କୁ ଖାଦ୍ୟ ଓ ପାନୀୟର କୌଣସି ବ୍ୟବସ୍ଥା ନାହିଁ। ଲୋକେ ଏହି କାରଣରୁ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ସେହିପରି ଆଉ ଜଣେ ଛାତ୍ର ଜୁନୈଦ ଅଂସାରି କହିଛନ୍ତି, ସେଠାରେ ପରିସ୍ଥିତି ଠିକ ନାହିଁ। ଲୋକେ ସେଠାରୁ ମୁକୁଳିବା ପାଇଁ ଅନେକ ଚେଷ୍ଟା କରୁଛନ୍ତି କିନ୍ତୁ ମୁକୁଳି ପାରୁ ନାହାନ୍ତି। ତେଣୁ ଭାରତ ସରକାର ଉକ୍ତ ଛାତ୍ରଛାତ୍ରୀ/ଲୋକଙ୍କୁ ଯଥାଶୀଘ୍ର ଉଦ୍ଧାର କରନ୍ତୁ।
ଆମେ ୬୦ଜଣ ମିଶି ଏକ ଘରୋଇ ବସ ଠିକ କରି ସେଠାରୁ ବାହାରି ଥିଲୁ। ବସ ଚାଳକ ଆମକୁ ୮କିଲୋମିଟର ପୂର୍ବରୁ ଓହ୍ଲାଇ ଦେଇଥିଲେ। ଆମେ ଚାଲିଚାଲି ସୀମା ପର୍ୟ୍ୟନ୍ତ ପହଞ୍ଚିଥିଲୁ। ସେଠାରୁ ପହଞ୍ଚିବା ପରେ ଆମେ ସୀମା ଅତିକ୍ରମ କରି ପାରି ନଥିଲୁ। କାରଣ ସେଠାରେ ବହୁତ ଭିଡ ଥିଲା। ଏଥିସହିତ ପୁଲିସ ବି ଗୁଳିଚାଳନା ଆରମ୍ଭ କରି ଦେଇଥିଲା। ଭଗବାନଙ୍କୁ ଡାକିଡାକି ବହୁତ କଷ୍ଟରେ ଆମେ ସୀମା ପାର କରିଥିଲୁ।