୧୧ ହଜାର ଋଷୀୟ ସେନାଙ୍କୁ ନିହତ କରିଛି ୟୁକ୍ରେନ ସୈନ୍ୟ

0

ମାରିଓପଲ୍: ଯୁଦ୍ଧରେ ରୁଷିଆର ବଡ଼ କ୍ଷତି ଘଟାଇଥିବା ଦାବି କଲା ୟୁକ୍ରେନ । ୧୧ ହଜାର ରୁଷୀୟ ସୈନ୍ୟଭ୍କୁ ମାରିଥିବା ଆଜି ଦାବି କରିଛି ୟୁକ୍ରେନ୍ । ତେବେ ୧୧ ହଜାର ଯବାନଙ୍କ ସହିତ ୨୯୦ ଟ୍ୟାଙ୍କ୍ ମଧ୍ୟ ଉଡାଇଥିବା ଦାବି କରିଛି । ରୁଷିଆର ୪୬ଟି ଲଢ଼ୁଆ ବିମାନ ମଧ୍ୟ ଖସାଇଥିବା ଦାବି କରିଛି ୟୁକ୍ରେନ ।ସେପଟେ ସାମୟିକ ଭାବରେ ୟୁକ୍ରେନର କିଛି ସହରରେ ଯୁଦ୍ଧ ବିରତି ଘୋଷଣା କରିଛି ରୁଷ ।

ଏହି ପରିପ୍ରେକ୍ଷୀରେ କିଭ୍, ସୁମି, ମାରିଓପଲ୍, ଖାରକିଭ୍ ସହର ପାଇଁ ଏହି ଯୁଦ୍ଧ ବିରତି ଘୋଷଣା ହୋଇଛି । ଭାରତୀୟ ସମୟାନୁସାରେ, ଦିନ ୧୨ଟା ୩୦ରେ ଯୁଦ୍ଧ ବିରତି ଘୋଷଣା କରିଛି ରୁଷ । ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଏହି ପଦକ୍ଷେପ ଗ୍ରହଣ କରିଛି ରୁଷିଆ ।