ଅପମାନ ସହି ନ ପାରି ଛାତ୍ରୀଙ୍କ ଆତ୍ମହତ୍ୟା

0

ଗୁରୁଗ୍ରାମ: ହରିୟାଣାର ଗୁରୁଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ସ୍କୁଲ ପ୍ରିନ୍ସପାଲଙ୍କ ଅପମାନ ସହି ନ ପାରି ଆତ୍ମହତ୍ୟା କରିଛନ୍ତି ଦଶମ ଶ୍୍େରଣୀର ଜଣେ ଛାତ୍ରୀ । ଏହାପରେ ମୃତକଙ୍କ ପରିବାର ଲୋକେ ଝିଅ ପଢୁଥିବା ସ୍କୁଲର ପ୍ରିନ୍ସପାଲଙ୍କୁ ମୃତ୍ୟୁର କାରଣ ବୋଲି କହି ଅଭିଯୋଗ ଆଣିଛନ୍ତି । ଏପ୍ରିଲ ୮ ତାରିଖରେ ସ୍କୁଲ ଶ୍ରେଣୀଗୃହରେ ସମସ୍ତଙ୍କ ସାମନାରେ ଛାତ୍ରୀଙ୍କୁ ମାଡ ମାରିଥିଲେ ପ୍ରିନ୍ସପାଲ । ଲମ୍ବା ନଖ, ଲମ୍ବା କାନଫୁଲ ଏବଂ ମୋବାଇଲ ପାଖରେ ରଖିଥିବାରୁ ଛାତ୍ରୀ ଜଣଙ୍କୁ ମାଡ ମାରିଥିବା ଘର ଲୋକଙ୍କ ତରଫରୁ ଅଭିଯୋଗ ଆସିଛି । ଏହାପରେ ବାପା ଓ ମାଙ୍କୁ ପ୍ରିନ୍ସପାଲ ସ୍କୁଲକୁ ଡକାଇଥିଲେ, ଏହାର ଉତ୍ତରରେ ଅନଲାଇନ କ୍ଳାସ କରିବା ପାଇଁ ଝିଅକୁ ମୋବାଇଲ ଦେଇଥିବା କହିଥିଲେ ବାପା ମା । କିନ୍ତୁ ଘରକୁ ଫେରିବା ପରେ ଉଦାସ ହୋଇଯାଇଥିଲେ । ଝିଅର ଏମିତି ଅବସ୍ଥା ସହି ନ ପାରି ପୁଣି ଥରେ ସ୍କୁଲକୁ ଯାଇ ପ୍ରିନ୍ସପାଲଙ୍କ ସହ କଥା ହେବାକୁ ଚେଷ୍ଟା କରିଥିଲେ । ସେଠାରେ ଉଭୟଙ୍କୁ ଅପମାନ କରି ଅଫିସରୁ ବାହାରି ଯିବାକୁ କହିଥିଲେ ପ୍ରିନ୍ସପାଲ । ଘରକୁ ଫେରି ଝିଅକୁ ସବୁ କଥା କହିଥିଲେ ବାପା ମା ଏବଂ ଝିଅ ତା ରୁମକୁ ଚାଲି ଯାଇଥିଲା । ବହୁ ସମୟ ପର୍ଯ୍ୟନ୍ତ ଘରଭିତରୁ କୈାଣସି ଶବ୍ଦ ନ ଆସିବାରୁ କବାଟ ଭାଙ୍ଗି ଦେଖିବାରୁ ମିଳିଥିଲା ଝିଅର ଝୁଲନ୍ତା ଶବ । ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କରିଛି । ଏହାପରେ ଝିଅର ଶେରାକସଭାରେ ସ୍କୁଲ ପ୍ରିନ୍ସପାଲ ଏବଂ ମୃତକଙ୍କ ସହପାଠୀ ଯୋଗ ଦେଇଥିଲେ । ଏଠାରେ ପ୍ରିନ୍ସପାଲଙ୍କ ଖରାପ ବ୍ୟବହାର ବିଷୟରେ ଦାଦାଙ୍କୁ ଝିଅର ସାଙ୍ଗ ସବୁ କଥା କହିଥିଲେ । ତେଣୁ ଏପ୍ରିଲ ୧୪ ତାରିଖରେ ମୃତକଙ୍କ ଦାଦା ପୋଲିସ ନିକଟରେ ଏନେଇ ଅଭିଯୋଗ ଆଣିଥିଲେ । ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।