୧୩ ବର୍ଷରୁ କମ୍ ଆନ୍ତଃ ବିଦ୍ୟାଳୟ ବାସ୍କେଟବଲ ଲିଗ୍ : ମଦର୍ସ, ସେଣ୍ଟ ଜୋସେଫ ସ୍କୁଲ ଫାଇନାଲରେ ପ୍ରବେଶ

0

ଭୁବନେଶ୍ୱର: ୟୁନିଟ-୧ ସ୍ଥିତ ମଦର୍ସ ପବ୍ଲିକ ସ୍କୁଲ୍ ବାସ୍କେଟବଲ୍ କୋର୍ଟରେ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ଓଡ଼ିଶା ବାସ୍କେଟଲ ଆସୋସିଏନ ଓ ଖୋର୍ଦ୍ଧା ଜିଲ୍ଲା ବାସ୍କେଟଲ ସଂଘର ମିଳିତ ଆନୁକୁଲ୍ୟରେ ଚାଲିଥିବା ସପ୍ତାହନ୍ତ ଆନ୍ତଃ ବିଦ୍ୟାଳୟ ବାସ୍କେଟବଲ ଲିଗର ୧୩ ବର୍ଷରୁ କମ୍ ସେମି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇ ଯାଇଛି।

ବାଳକ ବର୍ଗର ପ୍ରଥମ ମ୍ୟାଚରେ ମଦର୍ସ ପବ୍ଲିକ ସ୍କୁଲ୍ କେନ୍ଦ୍ରୀୟ ବିଦ୍ୟାଳୟକୁ ୩୬-୦୬ ପଏଣ୍ଟରେ ପରାସ୍ତ କରିଛି। ମଦର୍ସ ପବ୍ଲିକ ସ୍କୁଲ୍ ତରଫରୁ ଆଶୁତୋଷ ପଣ୍ଡା ୧୦ ଏବଂ ଶ୍ରେୟାଂଶ ପଣ୍ଡା ୦୬ ପଏଣ୍ଟ ସ୍କୋର କରିଥିବା ବେଳେ କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ବିଶ୍ୱଜିତ୍ ୦୫ ପଏଣ୍ଟ ସ୍କୋର କରିଥିଲେ ।ଦ୍ଵିତୀୟ ମ୍ୟାଚରେ ୟୁନିଟ-୧ ସରକାରୀ ଉଚ୍ଚ ବିଦ୍ୟାଳୟ ୩୮-୨୪ ପଏଣ୍ଟରେ ସାଇ ଇଣ୍ଟରନ୍ୟାସନାଲ ସ୍କୁଲକୁ ପରାସ୍ତ କରିଛି । ବିଜୟୀ ଦଳରୁ ଅରମାନ୍ ଖାନ୍ ୧୫  ଓ ବିଷ୍ଣୁ ଚରଣ ୧୩ ପଏଣ୍ଟ ସ୍କୋର କରିଥିବା ବେଳେ ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ତରଫରୁ ଭି ନନ୍ଦୁ ୧୦ ପଏଣ୍ଟ ସ୍କୋର କରିଥିଲେ ।

ବାଳିକା ବିଭାଗର ପ୍ରଥମ ସେମି ଫାଇନାଲରେ ମଦର୍ସ ପବ୍ଲିକ ସ୍କୁଲ ୟୁନିଟ-୧ ସରକାରୀ ୟୁପି ସ୍କୁଲକୁ ୨୪-୦୨ ପଏଣ୍ଟରେ ପରାସ୍ତ କରିଛି।ମଦର୍ସ ପବ୍ଲିକ ସ୍କୁଲ ତରଫରୁ ଦୀକ୍ଷା ୧୦, ମନିଷା ଓ ଆତ୍ମଜା ୦୬ ପଏଣ୍ଟ ସ୍କୋର କରିଥିଲେ । ସେହିଭଳି ବାଳିକା ବିଭାଗର ଦ୍ୱିତୀୟ ସେମି ଫାଇନାଲ ମ୍ୟାଚରେ ସେଣ୍ଟ ଜୋସେଫ ହାଇସ୍କୁଲ ସାଇ ଇଣ୍ଟରନ୍ୟାସନାଲ ସ୍କୁଲକୁ ୧୦-୦୨ ପଏଣ୍ଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ବିଜୟୀ ଦଳରୁ ନଭ୍ୟା ସାଇଶ୍ରୀ ଛୁଆଳ ସିଂ ୦୬ ପଏଣ୍ଟ ସ୍କୋର କରିଥିବା ବେଳେ ଐଶ୍ଚର୍ଯ୍ୟା ପଣ୍ଡା ୦୪ ପଏଣ୍ଟ ସ୍କୋର କରିଥିଲେ । ଏବଂ ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ପକ୍ଷରୁ ଅରା ୦୨ ପଏଣ୍ଟ ସ୍କୋର କରିଥିଲେ ।

ଆସନ୍ତା ଜୁଲାଇ ମାସ ୦୨ ତାରିଖ ଶନିବାର ଦିନ ଉଭୟ ବର୍ଗର ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ।