ଭାରତ

ଭୁଷୁଡି ପଡିଲା ନିର୍ମାଣଧୀନ ୫ ମହଲା କୋଠା

( ମମତା ସାମଲ) : ଗତକାଲି ଗାଜିଆବାଦରେ ଏକ ୫ ମହଲା ନିର୍ମାଣଧୀନ କୋଠା ଭୁଷୁଡି ପଡିଛି । ଏଥିରେ ୬ ଜଣ ଗୁରୁତର ଆହତ ହୋଇଥିବାବେଳେ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ପିଲାମାନଙ୍କୁ କୋଠାର ଭଗ୍ନାବିଶେଷ ତଳୁ ଉଦ୍ଧାର କରାଯାଇଥିଲା । ପରେ ତାର ମୃତ୍ୟୁ ହୋଇଥିଲା । ଏବେ କିଛି ଶ୍ରମିକ କୋଠା ତଳେ ଦବି ହୋଇରହିଥିବା ଆଶଙ୍କା କରାଯାଉଛି । ପ୍ରସନ୍ନଜିତ୍ ଗୌତମ ନାମକ ଜଣେ ବ୍ୟକ୍ତିଙ୍କ ଜମିରେ ବିଲଡର ମନୀଷ ଗୋୟଲ ଏହି କୋଠା ନିର୍ମାଣ କରୁଥିଲେ ଦୁର୍ଘଟଣା ପରେ ଉଭୟ ଫେରାର ହୋଇଯାଇଛନ୍ତି । ସେମାନଙ୍କୁ ଧରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରିବା ସହ ସେମାନଙ୍କ ପରିବାର ଲୋକଙ୍କୁ ପଚରାଉଚରା କରୁଛି । ଏହି କୋଠା ନିର୍ମାଣ ସହିତ ସମ୍ପୃକ୍ତ ଥିବା ସମସ୍ତ ଲୋକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ୫ଟି ଟିମ୍ ଗଠନ କରିଛି ।
ଏହି ଘଟଣାକୁ ନେଇ ଆଇପିସି ଧାରା ୩୦୪ , ୩୦୮ , ୩୩୭ , ୩୩୮ , ୪୨୭ ଓ ୨୮୮ ରେ ମାମଲା ରୁଜୁ କରାଯାଇଛି ।

Related posts

କୃଷି ରପ୍ତାନି ନୀତିକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ

Report

ବାହାଘରେ ସୁନା ଦେବ ଆସାମ ସରକାର

Report

ଇନ୍ଦିରା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳୀ

Report

Leave a Comment